ଉଠା ବେପାରୀ ପାଇବେ ୫୦ ହଜାର ଋଣ

ଅର୍ଗସ ବ୍ୟୁରୋ : ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶର ୫୦ ଲକ୍ଷରୁ ଅଧିକ ଉଠା ବେପାରୀ ମାନଙ୍କ ପାଇଁ ଏକ PM SVANIDHI ଯୋଜନା ଆଣିଛନ୍ତି ଯେଉଁଥିରେ ସେମାନଙ୍କୁ ସହଜରେ ଋଣ ମିଳିପାରିବ। ଏହି ଋଣର ଲାଭ କେବଳ ସହରାଞ୍ଚଳର ରାସ୍ତା କଡର ଦୋକାନୀ ମାନେ ହିଁ ଉଠାଇପାରିବେ । SIDBI(Small Industries Development Bank of India) ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ଆଗରୁ ଲୋନ ପାଇଁ ସେମାନଙ୍କୁ ନିଜ ସୁନା ,ଗହଣା ଜମିପଟ୍ଟା ଇତ୍ୟାଦି ବ୍ୟାଙ୍କରେ ବନ୍ଧକ ରଖିବାକୁ ପଡୁଥିଲା ପରେ ହିଁ ତାଙ୍କୁ ଋଣ ମିଳୁଥିଲା ଓ ସୁଧର ପରିମାଣ ମଧ୍ୟ ଅଧିକ ଥିଲା,ଏପରିକି ଯେଉଁ ଦୋକାନୀ ଭାଇ ମାନଙ୍କର କିଛି ସମ୍ପତି ନଥିଲା ସେମାନଙ୍କୁ ଲୋନ ମିଳିପାରୁନଥିଲା ।
ତେବେ ବେପାରୀ ଭାଇଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଏହି ଯୋଜନା ୧ ଜୁନ ୨୦୨୦ ରେ ଲଞ୍ଚ କରାଯାଇଥିଲା । ଲକଡାଉନ ସମୟରେ ଯେତେବେଳେ ପୁରା ଦେଶ ବନ୍ଦ ପଡିଥିଲା ସେତେବେଳେ ସବୁଠାରୁ ଅଧିକ ରାସ୍ତା କଡର ବେପାରୀ ମାନେ ହଇରାଣ ହୋଇଥିଲେ ତାକୁ ନଜରରେ ରଖି ସରକାର ଏହି ଯୋଜନା ଆଣିଛନ୍ତି ।ଏଥିରେ ସେମାନେ ବର୍ଷକୁ ୫୦ ହଜାର ପର୍ଯ୍ୟନ୍ତ ଋଣ ପାଇପାରିବେ ଆଉ ୧୨ ମାସ ଭିତରେ ଏହାକୁ ସୁଝିବାକୁ ପଡିବ । ଯଦି ଆପଣ ସମୟ ଭିତରେ ଋଣ ସୁଜି ଦେଉଛନ୍ତି ତେବେ ଆପଣଙ୍କର ୭ ପ୍ରତିଶତ ସୁଧ କମ ରହିବ ଆଉ ଆପଣ ପରବର୍ତ୍ତୀ ସୁଧ ପାଇଁ ଯୋଗ୍ୟ ହେବେ। ଆଗରୁ ଏହା ୧୦ ହଜାର ଥିଲା ଏବେ ଏହା ବୃଦ୍ଧି ହୋଇ ୫୦ ହଜାର ହୋଇଛି ।ଯଦି ଆପଣ ଡିଜିଟାଲ ପେମେଣ୍ଟ କରୁଛନ୍ତି ତାହେଲେ ଆପଣଙ୍କୁ ବର୍ଷକୁ ୧୨୦୦ ଟଙ୍କା କ୍ୟାସ୍ ବ୍ୟାକ ମିଳିବ,ଯାହା ଡିଜିଟାଲ ଇଣ୍ଡିଆକୁ ପ୍ରମୋଟ କରୁଛି ।ଡ଼ିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆପଣ ଏହି ଋଣର ଲାଭ ଉଠାଇ ପାରିବେ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର