|
logo
Live

Argus News - ଓଡ଼ିଶାରେ ଏବେ ବି ସୁଧୁରିନି ମଣ୍ଡି ବ୍ୟବସ୍ଥା: ୨୩ ବର୍ଷର ସରକାର ଉତ୍ତର ଦିଅନ୍ତୁ?

Politics

ଓଡ଼ିଶାରେ ଏବେ ବି ସୁଧୁରିନି ମଣ୍ଡି ବ୍ୟବସ୍ଥା: ୨୩ ବର୍ଷର ସରକାର ଉତ୍ତର ଦିଅନ୍ତୁ?

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାରେ ଏବେ ବି ସୁଧୁରିନି ମଣ୍ଡି ବ୍ୟବସ୍ଥା: ୨୩ ବର୍ଷର ସରକାର ଉତ୍ତର ଦିଅନ୍ତୁ?

ଅର୍ଗସ ବ୍ୟୁରୋ: ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ରାଜ୍ୟ ସରକାର କୃଷକଙ୍କ ପାଇଁ କାଳିଆ ପରି ଭିନ୍ନ ଭିନ୍ନ ଯୋଜନା ମାନ ପ୍ରଣୟନ କରି ବାହା ବାହା ନେବା ଓ ଭୋଟ ରାଜନୀତି କରିବାରେ ବ୍ୟସ୍ତ। ତେବେ ରାଜ୍ୟରେ ଧାନ ମଣ୍ଡିର ଘୋର ଅଭାବ ଦେଖାଯାଉଛି। ବହୁ ସମୟରେ ଧାନ ମଣ୍ଡି ଠିକ ସମୟରେ ଖୋଲୁନି। ଫଳରେ ଚାଷୀଭାଇ ମାନେ ନିର୍ଦ୍ଦିଷ୍ଟ ଭୋଟଠାରୁ କମ ମୂଲ୍ୟରେ ଦଲାଲ ମାନଙ୍କୁ କିଣିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ଅନେକ ଜାଗାରୁ ଏପରି କିଛି ଦୃଶ୍ୟ ଆସେ ଯେବେ ଧାନମଣ୍ଡିର ଧାନବସ୍ତା ଗଜା ହୋଇଯାଏ ଓ ସେଥିରେ ଗଛ ଉଠିବାକୁ ଲାଗେ। 

ବରଗଡ଼ର  ଚାଷୀମାନେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯେଉଁ ଚାଷୀମାନଙ୍କ ଫସଲ ଅମଳ ହୋଇନାହିଁ ତାଙ୍କୁ ଧାନମଣ୍ଡିରେ ବିକ୍ରି ପାଇଁ ଟୋକନ ମିଳୁଛି କିନ୍ତୁ ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇଛି ବିକ୍ରି ପାଇଁ ଧାନ ମଣ୍ଡିର ଟୋକନ ସେମାନଙ୍କୁ ଦିଆଯାଉନାହିଁ। ଯେହେତୁ ରାଜ୍ୟର ମଣ୍ଡିର ଅଭାବ ରହିଛି। ବର୍ଷା ଋତୁରେ ଧାନ ନଷ୍ଟ ହେବାର ଡରରେ ସେମାନେ କମ ରେଟରେ ଦଲାଲମାନଙ୍କୁ ବିକି କ୍ଷତି ସହୁଛନ୍ତି। 
ତେବେ ବହୁ ସମୟରେ ଚାଷୀ ଭାଇମାନଙ୍କୁ ବିହନ ଯୋଗାଇବା, ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ସରକାରୀ ସହାୟତା ପ୍ରଦାନ ନ କରିବା

କୃଷକମାନଙ୍କ ଫସଲବୀମାକୁ ପ୍ରାଧାନ୍ୟ ନଦେବା ଇତ୍ୟାଦି କାରଣରୁ ଓଡ଼ିଶା କୃଷକଙ୍କ ଆୟ ମାସିକ ୬୦୦୦ରୁ କମ ରହୁଛି। ତେବେ ଅନେକ ସମୟରେ ଉପକୂଳ, ପଶ୍ଚିମ ସମେତ ସମଗ୍ର ଓଡ଼ିଶାର ଚାଷୀ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ମଧ୍ୟ ଦେଖାଯାଇଛି। ଏପରିକି ଜଗତସିଂହପୁର ଜିଲ୍ଲାରେ ୧୪ଜଣ ଚାଷୀ ଆନ୍ଦୋଳନ କରି ଜେଲ ଯିବାର ମଧ୍ୟ ଖବର ରହିଛି। ୨୩ବର୍ଷର ସରକାର ଏନେଇ ଜବାବ ଦିଅନ୍ତୁ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
ଓଡ଼ିଶାରେ ଏବେ ବି ସୁଧୁରିନି ମଣ୍ଡି ବ୍ୟବସ୍ଥା: ୨୩ ବର୍ଷର ସରକାର ଉତ୍ତର ଦିଅନ୍ତୁ? | Argus English