Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯଦି ଧମେନ୍ଦ୍ର ଓଡ଼ିଶାରୁ ଲଢ଼ିଲେ ବଦଳିଯିବ ବିଜେଡିର ଗଣିତ

Politics

ଯଦି ଧମେନ୍ଦ୍ର ଓଡ଼ିଶାରୁ ଲଢ଼ିଲେ ବଦଳିଯିବ ବିଜେଡିର ଗଣିତ

Arpita Mohanty
Browse all articles by Arpita Mohanty
·2 years ago·2 min read
ଯଦି ଧମେନ୍ଦ୍ର ଓଡ଼ିଶାରୁ ଲଢ଼ିଲେ ବଦଳିଯିବ ବିଜେଡିର ଗଣିତ

ଅର୍ଗସ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ତେଲେଙ୍ଗାନା,ମଧ୍ୟପ୍ରଦେଶ,ଛତିଶଗଡ,ରାଜସ୍ଥାନରେ ହେଉଥିବା ବିଧାନସଭା ଇଲେକ୍ସନକୁ ସେମିଫାଇନାଲ ଭାବେ ଦେଖୁଛି ଭାରତୀୟ ଜନତା ପାର୍ଟି। ଅନୁମାନ କରାଯାଉଛି ଯେ ମଧ୍ୟପ୍ରଦେଶ,ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ବହୁମତରେ ସରକାର ଗଠନ କରିବ ତେବେ ନିଜେ ମୋଦି ବିଜେପିର ପ୍ରଚାରରେ ଲାଗିପଡିଛନ୍ତି। ୨୦୨୪ରେ ଅନ୍ୟ ରାଜ୍ୟ ସମେତ ଓଡିଶାରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଥରେ ମନେପକାନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ କଥା ପଡୋଶୀ ଆସାମ ଓ ସିକିମରେ ବିଜେପିର ସରକାର  ଯାହା ପଶ୍ଚିମବଙ୍ଗର ରାଜନୀତିକୁ ବହୁତ ପ୍ରଭାବିତ କରିଥିଲା। ଯେଉଁ ନିର୍ବାଚନ ମଣ୍ଡଳୀ ଗୁଡିକ ପଡୋଶୀ ବିଜେପି ଶାସିତ ରାଜ୍ୟକୁ ଲାଗି କରିଥିଲା ସେଠି ବିଜେପିର ପଲ୍ଲା ଭାରି ରହିଥିଲା ।

ତେବେ ଆଗାମୀ ଡ଼ିସେମ୍ବରରେ ଆସିବାକୁ ଥିବା ୫ ରାଜ୍ୟର ନିର୍ବାଚନ ଫଳାଫଳ ବିଜେପି ଅପେକ୍ଷା ବିଜେଡି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଯଦି ଛତିଶଗଡରେ ବିଜେପି ସରକାର କରେ ତେବେ ତାର ସିଧା ପ୍ରଭାବ ଓଡିଶା ଉପରେ ପଡିବ। ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେପି ଏ ନିର୍ବାଚନରେ ଅନେକ ଲୋକସଭା ସାଂସଦଙ୍କୁ ବିଧାନ ସଭା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି । ତେବେ ବିଜେଡି ପାଇଁ ସବୁଠୁ ବଡ ବିପଦ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଯେହେତୁ ସେ ନିଜେ ଏଥର ଓଡିଶାରୁ ନିର୍ବାଚନରେ ଲଢ଼ିବା ନେଇ ଚର୍ଚ୍ଚା ହେଉଛି । ଜାନୁୟାରୀରେ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ଏହା ମଧ୍ୟ ଅନେକ ଭୋଟରଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ ଏଥିରେ ସନ୍ଦେହ ନାହିଁ। ୫ ରାଜ୍ୟର ଫଳାଫଳ ଆସିଲା ପରେ ରାଜ୍ୟ ବିଜେପି ତାର ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିବ ।

ଅନ୍ୟପଟେ ଦେଶରେ ବଢୁଥିବା ବିଜେପିର ଭୋଟ ହାର ରାଜ୍ୟ ବିଜେଡି ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି। ତେବେ ଦୀର୍ଘ ଦିନର ବିଜେଡି ସରକାର ପରିବର୍ତ୍ତନ ହେବା ଦରକାର ବୋଲି ସାଧାରଣରେ ଚର୍ଚ୍ଚା ଜୋରେ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର.

Sponsored
Election | Argus English