ବିହାର: ଦିନ ୩:୩୦ରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବେ
·2 years ago

ଅର୍ଗସ ବ୍ୟୁରୋ: ଆଜି ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ ହେବା ପାଇଁ ପ୍ରସ୍ତୁତ ବିହାର ସରକାର। ଦିନ ୩:୩୦ ରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ। ନୂଆ ମନ୍ତ୍ରୀ ମଣ୍ଡଳରେ ବିଜେପି ଏବଂ ଜେଡିୟୁ ର ବିଧାଯକ ମାନଙ୍କୁ ସ୍ଥାନ ଦିଆଜିବ। ମନ୍ତ୍ରୀ ମଣ୍ଡଳ ବିସ୍ତାର ପୂର୍ବରୁ ବିଜେପି ନେତୃତ୍ବରେ ବିହାର ଷ୍ଟେଟ ୟୁନିଟ୍ ପାଖକୁ ଶପଥ ଗ୍ରହଣ କରିବାକୁ ଜାଉଥିବା ମନ୍ତ୍ରୀ ମାନଙ୍କ ଲିଷ୍ଟ ପଠାଜାଇଛି।
ସେହିପରି ଜେଡିୟୁ ତାଲିକା ମଧ୍ୟ ପ୍ରସ୍ତୁତ ବୋଲି କୁହାଯାଉଛି। ଲୋକସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟର ସମ୍ପ୍ରସାରଣ କରିବାକୁ ଚାହୁଁଥିଲେ ସିଏମ ନୀତୀଶ କୁମାର । ଦେଢ ମାସ ପୂର୍ବରୁ ନୀତୀଶ କୁମାର ନବମ ଥର ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: