ଭାଜପାର ଆସ୍ଥା ଜିତିଥିଲେ ଭଜନଲାଲ

ଭଜନଲାଲଙ୍କ ମୁଣ୍ଡରେ ସୁନା କଳସ ଢାଳିଲା ହାତୀ । କେହି କେବେ ଭାବି ନଥିବେ ବିଜେପି ଭଜନଲାଲଙ୍କ ନାଁରେ ମୋହର ମାରିବ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନରେ ବସାଇବ । ହେଲେ ସବୁ ସ୍ଵପ୍ନର ଅନ୍ତ ହୋଇଛି, ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲା । ଯାହାକୁ ନେଇ ପୂରା ଦେଶରେ ବଢିଛି ଚର୍ଚ୍ଚା ।
ବିଧାୟକ ଦଳ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବରେ ଭଜନ ଲାଲ ଶର୍ମାଙ୍କ ନାଁରେ ଦଳ ମୋହର ମାରିଛି । ତେବେ ୫୬ ବର୍ଷୀୟ ଭଜନଲାଲ ରାଜସ୍ଥାନର ସାଙ୍ଗନେର ବିଧାନସଭା ଆସନରୁ ନିର୍ବାଚନ ଜିତିଛନ୍ତି । ଆଉ ଯଦି ଶିକ୍ଷାଗତ ଯୋଗ୍ୟତା କଥା କହିବା ତେବେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ରାଜସ୍ଥାନ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ବେପାର କରୁଥିଲେ । ରାଜସ୍ଥାନରେ ଶ୍ରୀକୃଷ୍ଣ କହ୍ନେୟା ଆଣ୍ଡ କମ୍ପାନୀର ସେ ମାଲିକ।
୧୯୬୭ ମସିହା ଡିସେମ୍ବର ୧୫ ତାରିଖରେ ଏକ ମଧ୍ୟବିତ୍ତ ପରିବାରରେ ଭଜନଲାଲ ଜନ୍ମଗ୍ରହଣ କରନ୍ତି । ଭଜନଲାଲଙ୍କ ପିତା ଥିଲେ କିଶନ ସ୍ବରୂପ ଶର୍ମା ଏବଂ ମା'ଙ୍କ ନାଁ ଥିଲା ଗୋମତୀ ଦେବୀ ଜାଣିଆଶ୍ଚର୍ଯ୍ୟ ହେବେ କି, ୩୪ବର୍ଷ ଧରି ଭଜନଲାଲ ରାଜନୀତିରେ ସକ୍ରିୟ ଥିଲେ । ଭଜନଲାଲ ଏବେ ଜୟପୁରର ଜବାହର ସର୍କଲରେ ରହୁଛନ୍ତି । ହେଲେ ଅଟ୍ଟାରୀର ମୂଳ ବାସିନ୍ଦା ହେଉଛନ୍ତି ଭଜନଲାଲ । ଆମେ ଯଦି ତାଙ୍କର ରାଜନୈତିକ କ୍ୟାରିଅର ଉପରେ ନଜର ପକାଇବା ତେବେ, ଦୀର୍ଘଦିନ ହେବ ସେ ସଂଗଠନ ପାଇଁ କାମ କରୁଛନ୍ତି । ଦଳର ସମ୍ପାଦକ ଭାବରେ ଦାୟିତ୍ଵ ବି ତୁଲାଇଛନ୍ତି । ଜୟପୁରର ସାଙ୍ଗାନେର ଭଳି ଗୁରୁତ୍ଵପୂର୍ଣ୍ଣ ଆସନରୁ ବିଜେପି ତାଙ୍କୁ ପ୍ରଥମ ଥର ପାଇଁ ପ୍ରାର୍ଥୀ କରିଥିଲା । ଆଉ ବିଜୟର ସ୍ଵାଦ ଚଖାଇଛନ୍ତି ଭୋଟର ।
ସାଙ୍ଗନେରରୁ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ଭଜନଲାଲ । ଭଜନ ଲାଲ ଶର୍ମା ଉଭୟ ସଂଘ ଓ ବିଜେପି ସଂଗଠନର ଘନିଷ୍ଠ ବୋଲି ସମସ୍ତେ ଜାଣନ୍ତି ।
📱 Get Argus News App
✨1990 ରେ ABVP ର କାଶ୍ମୀର ପଦଯାତ୍ରାରେ ଭଜନଲାଲ ଶର୍ମା ମଧ୍ୟ ସକ୍ରିୟ ଥିଲେ।
1992 ମସିହାରେ ଶ୍ରୀ ରାମ ଜନ୍ମଭୂମି ଆନ୍ଦୋଳନ ସମୟରେ ଜେଲ ଯାଇଥିଲେ।
1991-92 ରେ ଭାରତୀୟ ଜନତା ଯୁବା ମୋର୍ଚ୍ଚାର ଦାୟିତ୍ବ ପାଇଲେ। ସେ 27 ବର୍ଷ ବୟସରେ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିଲେ ଏବଂ ପରେ କ୍ରମାଗତ ଦୁଇ ଥର ସରପଞ୍ଚ ରହିଲେ।
ଅଧିକ ପଢ଼ନ୍ତୁ ରାଜନୀତି ଖବର