Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶଶୀ ଗଲେ ଫସି 

Politics

ଶଶୀ ଗଲେ ଫସି 

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଶଶୀ ଗଲେ ଫସି 

Key Points

ଶଶୀ ଗଲେ ଫସି 
ଘର ମାଡି ବସି ଦେଖାଉଛନ୍ତି ନାଲି ଆଖି 
ସାଢେ ୪ କୋଟି ଘର ମୁଖିୟା 
ଜାଣୁନାହାଁନ୍ତି କିଛି ।

 

ଅର୍ଗସ ବ୍ୟୁରୋ : ପୁଣି ବିଜେଡି ବିଧାୟକ ଶଶୀ ଭୂଷଣ ବେହେରାଙ୍କ ନାମରେ ଅଭିଯୋଗ । ବିଧବା ମହିଳାଙ୍କ ଘର ମାଡିବସି ରହିଛନ୍ତି । ନା ଭଡା ଦଉଛନ୍ତି ନା ଘର ଛାଡ଼ୁଛନ୍ତି। ମହିଳା ଓ ତାଙ୍କ ସମ୍ପର୍କୀୟ ବିଧାୟକଙ୍କ  ଭୁବନେଶ୍ୱର ବାସ ଭବନଠୁ କେନ୍ଦ୍ରାପଡା ଭଡା ଘର ଯାଏଁ ଦୌଡ଼ି  ଦୌଡ଼ି  ନୟାନ୍ତ ହେଲେଣି  କିନ୍ତୁ କିଛି ଲାଭ ନାହିଁ । ଓଲଟା ଶଶୀ ଭୂଷଣ ଓ ତାଙ୍କ ପୁଅ ସତ୍ୟପ୍ରକାଶ ଓରଫ ଗୁଡ଼ୁ ମହିଳାଙ୍କୁ ଧମକ ଦେଉଥିବା କହିଛନ୍ତି ସୁଜାତା । ତେବେ ୫ ମାସ ତଳେ ଶଶୀଭୁଷଣଙ୍କ ବୋହୁ ରୋନାଲି, ଶଶୀ ଭୂଷଣ ବେହେରା ଓ ତାଙ୍କ ପୁଅ ଗୁଡ଼ୁ ଙ୍କ ପରିବାର ଉପରେ ଯୌତୁକ ନିର୍ଯାତନାର ଅଭିଯୋଗ କରିଥିଲେ। ମାମଲା ଏବେ କୋର୍ଟରେ ଅଛି । ନିଜ  ବୋହୁ ଅଭିଯୋଗ କରିଥିଲେକି, ବିଜେଡି ବିଧାୟକ ଶଶୀଭୁଷଣଙ୍କ ସାମ୍ନାରେ ରୋନାଲିଙ୍କ ଉପରେ ଅତ୍ୟାଚାର ହେଉଥିଲେ ସୁଦ୍ଧା ବିଧାୟକ ଶଶୀଭୁଷଣ କିଛି କୁହନ୍ତି ନାହିଁ । ଏବେ ସୁଜାତାଙ୍କ ଘରେ ଦୀର୍ଘ ୪ବର୍ଷ ହେବ ରହିଲା ପରେ ଶଶୀଭୁଷଣ ବେହେରା  ଘର ଭଡା ବାବଦ ୫ ଲକ୍ଷ ଟଙ୍କା ବଦଳରେ ୯୦ ହଜାର ଟଙ୍କା ଦେଇ ଭଣ୍ଡେଇ ଦେବାରେ ଲାଗିଛନ୍ତି । ମହିଳାଙ୍କ ସ୍ୱାମୀଙ୍କ ନିଧନ ପରେ ଉକ୍ତ ଘରେ ମହିଳା ନିଜେ ରହିବାକୁ ଚାହିଁଥିଲେ। କିନ୍ତୁ ଦୀର୍ଘ ଦିନ ହେବ ବିଧାୟକଙ୍କୁ ଘର ଛାଡିବା ପାଇଁ ଗୁହାରି କଲେ ସୁଦ୍ଧା ଖାତିର କରୁନାହାନ୍ତି ଶଶୀଭୁଷଣ।


ତେବେ ମହିଳାଙ୍କୁ ସମ୍ମାନ ବିଜେଡି ବିଚାରଧାରାର ଏକ ପ୍ରମୁଖ ସ୍ଲୋଗାନ । ମାନ୍ୟବର  ମୁଖ୍ୟମନ୍ତ୍ରୀ ଏବେ ଏବେ ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ଦେଇଥିଲେ । ବିଜେଡି  ଡେଣା ଲାଗିଲା ବୋଲି କହୁଥିଲେ। ତେବେ ବିଧାୟକ ଶଶୀଭୁଷଣ କାହିଁକି ସେ  ଡେଣା କାଟିବାରେ ବ୍ୟସ୍ତ। ଆଗ ବୋହୂ ଙ୍କୁ ନିର୍ଯାତନା ଓ ଏବେ ସୁଜାତାଙ୍କ ଘର ମାଡ଼ିବସି ଧମକ । ମୁଖିଆ କେବେ ଶଶିଭୂଷଣ ଓ ବିଜେଡିର ଅନ୍ୟ ନେତା ଯାହାଙ୍କ ନା ରେ ମହିଳା ବିରୋଧୀ ବୋଲି  ଅଭିଯୋଗ ହୋଇଛି ତାଙ୍କ ବିପକ୍ଷରେ ପଦକ୍ଷପ ନେବେ ଦେଖିବା ବାକିରହିଲା

ଅଧିକ ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shashi Vusana is trapped | Argus English