Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୪ ବର୍ଷର ସ୍ଥିର ସରକାରର ଅପାରଗତାର ଦଣ୍ଡ ଭୋଗୁଛି ଜୁଆଙ୍ଗ

Odisha

୨୪ ବର୍ଷର ସ୍ଥିର ସରକାରର ଅପାରଗତାର ଦଣ୍ଡ ଭୋଗୁଛି ଜୁଆଙ୍ଗ

Manini Pattanayak
Browse all articles by Manini Pattanayak
·2 years ago·2 min read
୨୪ ବର୍ଷର ସ୍ଥିର ସରକାରର ଅପାରଗତାର ଦଣ୍ଡ ଭୋଗୁଛି ଜୁଆଙ୍ଗ

 ଅର୍ଗସ ନ୍ୟୁଜ:  ଆଦିବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା। ଭୁଲିଗଲେ ଜୁଆଙ୍ଗ ଆଦିବାସୀଙ୍କ ମୌଳିକ ସୁବିଧା କଥା। 11 ଆଦିବାସୀଙ୍କ ମୃତ୍ୟୁ ପରେ ବି ଚେତିଲେନି ସରକାର।  NHRCର ରିପୋର୍ଟ ତଲବ ପରେ ବି ତୁନି ସ୍ବାସ୍ଥ୍ୟ ବିଭାଗ।  କାର୍ଯ୍ୟାନୁଷ୍ଠାନ ପାଇଁ ଚାରି ସପ୍ତାହର ମହଲତ ଦେଲେ ଜାତୀୟ ମାନବାଧିକାର ଆୟୋଗ ।
କେନ୍ଦୁଝର ଜିଲ୍ଲା ବାଂଶପାଳରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା। ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଅଭାବରୁ ମାତ୍ର କିଛି ମାସ ଭିତରେ 11 ଆଦିବାସୀଙ୍କ ଅସ୍ବାଭାବିକ ମୃତ୍ୟୁ ମାମଲାରେ ତୁନି ସାଧିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଫଳରେ ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି NHRC। ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ। ପୂ୍ର୍ବରୁ ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏନଏଚଆରସି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଗଲା କେହି ଜାଣିଲେନି।

ଗୋନାସିକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ୧୫ କିମି ଓ ବାଂଶପାଳଠାରୁ ୪୦ କିମି ଦୂରରେ ଜନ୍ତାରି ଗାଁ। ଏଠାରେ ରହୁଛନ୍ତି ପାଖାପାଖି ୧୦୦ଟି ଜୁଆଙ୍ଗ ପରିବାର । ମାତ୍ର ଦୁଃଖର ବିଷୟ ଆଜି ଯାଏଁ ପାଣି ଟିକିଏ ପାଇଁ ହନ୍ତସନ୍ତ ହେଉଛନ୍ତି ଜନ୍ତାରି ବାସୀ। ୧୧ ଜଣ ଜୁଆଙ୍ଗଙ୍କ ମୃତ୍ୟୁ ପରେ ଦୁଇଟି ନଳକୂପ ଯଦିଓ ଖୋଳା ଯାଇଛି , ତାହା ଗାଁଠାରୁ ଦୁରରେ ।  ଫଳରେ ଆଜି ମଧ୍ୟ ଜୁଆଙ୍ଗ ସାହିର ଲୋକେ ଚୁଆ ପାଣି ଉପରେ ଭରସା କରି ରହୁଛନ୍ତି । ସେପଟେ ଗାଁ ନିକଟରେ ସ୍ବାସ୍ଥ୍ୟକେନ୍ଦ୍ର ନଥିବାରୁ ଲୋକେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ପାଇବାକୁ ବଞ୍ଚିତ ହେଉଛନ୍ତି।
 ଜୁଆଙ୍ଗ ହେଉଛି ରାଜ୍ୟର ୧୩ଟି ସମ୍ବେଦନଶୀଳ ଆଦିବାସୀ ସଂମ୍ପ୍ରଦାୟ ମଧ୍ୟରୁ ଅନ୍ୟତମ। ମାତ୍ର ଏହି ଜୁଆଙ୍ଗ ଏବେ ଜନ୍ତ୍ରଣାରେ ଜର୍ଜରିତ। ଅନ୍ୟପଟେ ଜୁଆଙ୍ଗଙ୍କ ବିକାଶ ପାଇଁ ଆସିଥିବା ଟଙ୍କା ହେଉଛି ହରିଲୁଟ୍।  ବଡ ପ୍ରଶ୍ନ, କେବେ ଜୁଆଙ୍ଗ ପାଇବେ ମୌଳିକ ସୁବିଧା ?  ଜୁଆଙ୍ଗ ମୃତ୍ୟୁ ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ ନୁହଁନ୍ତି କି ?

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Zhuang is suffering from the inefficiency of 24 years of stable government | Argus English