|
logo
Live

Argus News - କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଆହତ

Odisha

କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଆହତ

Jitendra Dash
Browse all articles by Jitendra Dash
·2 years ago·1 min read
କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଆହତ

ଅର୍ଗସ ବ୍ୟୁରୋ : କ୍ରିକେଟ ବ୍ୟାଟରେ ପିଟି ଯୁବକଙ୍କୁ ହତ୍ୟା । ସାଙ୍ଗ ସହ ଝଗଡ଼ା ପଡିଲା ମହଙ୍ଗା । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ । ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ହେଲେ ସନ୍ତୋଷ ହାତୀ । ଅନ୍ୟ ଜଣେ ଆହତ ଥିବା ବେଳେ ଅଭିଯୁକ୍ତ ଫେରାର ଅଛି ।

ସୂଚନା ଅନୁସା‌ରେ ଆଜି ମେଣ୍ଡା ଗାଁର ସନ୍ତୋଷ ହାତୀଙ୍କ ଘରକୁ ଅଭିଯୁକ୍ତ ଆସିଥିଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣକ ସନ୍ତୋଷଙ୍କ ସହିତ ଯୁକ୍ତିତର୍କ କରିଥିଲା । ଉଭୟଙ୍କ ମଧ୍ୟରେ କଥା କଟାକଟି ହେବାରୁ ଅଭିଯୁକ୍ତ ଘଟଣାସ୍ଥଳରେ ଥିବା ଏକ କ୍ରିକେଟ୍‌ ବ୍ୟାଟରେ ସନ୍ତୋ‌ଷଙ୍କୁ ଆକ୍ରମଣ କରିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସନ୍ତୋଷଙ୍କର ମୁଣ୍ଡକୁ ଲକ୍ଷ୍ୟ କରି ପିଟିପିଟି ଜୀବନ ନେଇଥିଲା । ସନ୍ତୋଷଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଲୋକ ଆକ୍ରମଣର ଶିକାର ହୋଇଥିଲେ । ସେ ଆହତ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ସୂଚନା ପାଇ ପୁଲିସ ଘଟଣାସ୍ଥଳ ଅଭିମୁଖେ ବାହାରିଛି। ପୁଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

Sponsored
କ୍ରିକେଟ୍‌ ବ୍ୟାଟ୍‌ରେ ପିଟିପିଟି ଯୁବକଙ୍କୁ ହତ୍ୟା, ଅନ୍ୟ ଜଣେ ଆହତ | Argus English