ବିବାହ ପାଇଁ ନିବେଦନ କରିବାରୁ ଯୁବକଙ୍କୁ ଛୁରି ଭୁଷି ହତ୍ୟା

ଅର୍ଗସ ବ୍ୟୁରୋ: ଘରେ ପଶି ଜୋର୍ ଜବରଦସ୍ତ ବିବାହ ପାଇଁ ନିବେଦନ କରିବାରୁ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରିଛି ନାବାଳିକା ଝିଅର ମଉସା। କଟକ ସଦର ଥାନା ଅନ୍ତର୍ଗତ ଇନ୍ଦିରାଗ୍ରାମରେ ଘଟିଛି ଏଭଳି ଚଞ୍ଚଲ୍ୟକର ଘଟଣା। ଏହି ଘଟଣାରେ ଅଭିଯୁକ୍ତ ଶ୍ୟାମ ପ୍ରଧାନଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ।
ଥରେ କି ଦୁଇ ଥର ନୁହେଁ ବାରମ୍ବାର ଘରେ ପଶି ନାବାଳିକାଙ୍କୁ ବିବାହ ପାଇଁ ଜୋର୍ ଜବରଦସ୍ତ ନିବେଦନ କରିଥିଲା ମୃତକ ରାଜେଶ ସାହୁ।
ହତ୍ୟା ପୂର୍ବରୁ ଦୁଇ ଦିନ ତଳେ ନାବାଳିକା ଘରକୁ ଯାଇ ବିବାହ ପାଇଁ ନିବେଦନ କରିଥିଲା ରାଜେଶ। ଯାହାକୁ ନେଇ ନାବାଳିକା ପରିବାର ଲୋକଙ୍କ ସହ ତାର ଯୁକ୍ତିତର୍କ ସହ ଠେଲାପେଲା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାବାଳିକାର ମଉସା ରାଜେଶଙ୍କୁ ଛୁରି ଭୁଶି ହତ୍ୟା କରିଥିଲେ। ତେବେ ମୃତକ ରାଜେଶଙ୍କ ନାଁରେ ପୂର୍ବରୁ ଦୁଷ୍କର୍ମ ସହ ପାଖାପାଖି ୫ଟି ଅପରାଧିକ ମାମଲା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ ମିଶ୍ର।
ଅଧିକ ପଢ଼ନ୍ତୁ ଅପରାଧ ଖବର