|
logo
Live

Argus News -   ତୁମେ ମୋର ଝିଅ ବୟସର ହେବ.. ଟୁଟୁ ନାୟକଙ୍କ ମେସେଜ ହେଉଛି ଭାଇରାଲ 

Odisha

  ତୁମେ ମୋର ଝିଅ ବୟସର ହେବ.. ଟୁଟୁ ନାୟକଙ୍କ ମେସେଜ ହେଉଛି ଭାଇରାଲ 

Manini Pattanayak
Browse all articles by Manini Pattanayak
·2 years ago·2 min read
  ତୁମେ ମୋର ଝିଅ ବୟସର ହେବ.. ଟୁଟୁ ନାୟକଙ୍କ ମେସେଜ ହେଉଛି ଭାଇରାଲ 

 ଭୁବନେଶ୍ୱର:  ଦେବସ୍ମିତା, ତୁମେ ମୋର ଝିଅ ବୟସର ହେବ।  ତୁମେ ମୋତେ  ବହୁତ ଦିନରୁ ଜାଣିଛ ଏବଂ ମୋ ଘରକୁ ମଧ୍ୟ ତିନି ଚାରିଥର  ଆସିଛ। ତେଣୁ ମୁଁ ତୁମକୁ ସବୁ  ମିଡିଆ ଭାଇ ଭଉଣୀଙ୍କ ପରି  ମୋ ପରିବାରର ସଦସ୍ୟ ଭାବେ ଏବଂ ସେଭଳି ବ୍ୟବହାର ମଧ୍ୟ କରେ ।  ଆଜି ମୁଁ ସ୍ୱାତି  ସିନେମା ହଲ ରୁ ମହାରାଜା  ସିନେମା ହଲକୁ ହାଉ  ଗୋଟିଏ  ପ୍ରିମିୟର ସୋ କୁ ଗଲାବେଳେ  ତୁମେ ଗେଟ ମଝିରେ  ଠିଆ ହୋଇଥିଲା।   ମୁଁ ତୁମକୁ ଡାକିଥିଲି  କିନ୍ତୁ  ବାଜାବାଜୁଥିବାରୁ  ତୁମକୁ ଶୁଭି ନଥିଲା,  ତେଣୁ ମୁଁ ତୁମ ପିଠି ଥାପୁଡେଇ ତୁମକୁ  ସାଇଡ  କରିଥିଲି।  ଏବଂ ତୁମ ହାତରୁ  ବୁମ  ଖସିପଡିଥିଲା। ମୁଁ ଉଠେଇଲା ବେଳକୁ ଆମ ମିଡିଆ ଭାଇମାନେ ଉଠେଇକି  ଦେଇଦେଲେ । ଏବଂ  ମୁଁ ସ୍ନେହରେ ତୁମ ଗାଲକୁ  ଥାପୁଡେଇ କହିଥିଲି  ତୁ ଖାଇନୁ କିରେ??? ଆଉ ତୁମେ ହସିକି  କହିଥିଲ  ହଁ  ଭାଇ ମୁଁ ଖାଇଛି।  ତାପରେ ମୁଁ ମହାରାଜା  ସିନେମା ହଲକୁ  ଚାଲିଯାଇଥିଲି।  କିଛି ସମୟ ପରେ  ମିଡିଆ  ସୁତ୍ରରୁ ଜାଣିବାକୁ  ପାଇଲି ଯେ,  ଏ ଘଟଣା ଯୋଗୁ  ତୁମ ମନକୁ ବହୁତ ଆଘାତ ଲାଗିଛି ।  

ଏହା ଜାଣିବା ପରେ  ମୁଁ ତୁମ ମୋବାଇଲକୁ  ଚାରି ପାଞ୍ଚ ଥର  କଲ କରିଥିଲି, ତୁମକୁ ସରି କହିବା ପାଇଁ । କିନ୍ତୁ ତୁମେ ଫୋନ ଉଠେଇପାରିନଥିଲ।  ତେଣୁ ଏ ମ୍ୟାସେଜ ଜରିଆରେ  ତୁମକୁ ଜଣାଇବାକୁ ଚାହୁଁଛି ଯେ ଯଦି ମୋ ଯୋଗୁଁ ତୁମ ମନରେ  ଆଘାତ ଲାଗିଛି ତା ହେଲେ ମୁଁ ତୁମକୁ ସରି ମାଗୁଛି।  ତେବେ ଏହି ମ୍ୟାସେଜର କିଛି ସତ୍ୟତା ଜଣାପଡିନଥିବାବେଳେ  କିନ୍ତୁ ମେସେଜଟି ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।  କଥାରେ ଅଛି ଆଗ ଗୋଇଠା ମାରି ପରେ ବିଷ୍ଣୁ ହେବା । ଯାହା ଏହି ଲେଖାରୁ ସଷ୍ଟ ବାରି ହେଉଛି।  ଫିଲ୍ଡରେ ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ସହ ଗେଲ, ଥଟା କରିବାର ଅଧିକାର ଟୁଟୁ ନାୟକଙ୍କୁ ଦେଲା କିଏ। ଟୁଟୁ ନାୟକଙ୍କ ଏହି ଅସଦାଚରଣ ପାଇଁ  ତାଙ୍କୁ ଗିରଫ କରାଯାଇ ଜେଲ ପଠାଇଦିଆଯାଇଛି।  ଆସନ୍ତା କାଲି  ଟୁଟୁ ଙ୍କ ବିରୋଧରେ କୋର୍ଟ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠ ଗ୍ରହଣ କରୁଛନ୍ତି ତାହା  ଦେଖିବାକୁ ବାକି ରହିଲା।  
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
  ତୁମେ ମୋର ଝିଅ ବୟସର ହେବ.. ଟୁଟୁ ନାୟକଙ୍କ ମେସେଜ ହେଉଛି ଭାଇରାଲ  | Argus English