Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଉ କେତେ ମିଛ କହିବ ନବୀନ ବାବୁ ?

Odisha

ଆଉ କେତେ ମିଛ କହିବ ନବୀନ ବାବୁ ?

Smruti Parija
Browse all articles by Smruti Parija
·2 years ago·2 min read
ଆଉ କେତେ ମିଛ କହିବ ନବୀନ ବାବୁ ?

Key Points

  • ଆଉ କେତେ ମିଛ କହିବ ନବୀନ ବାବୁ ? 
  • ତୁମର ବିକାଶ ଦେଖି ଆମେ ବିରକ୍ତ ହେଲୁଣି
  • ମେଟ୍ରୋ ସ୍ଵପ୍ନ ଦେଖାଉଛି
  • ଭତ୍ତା ଟଙ୍କା ଲାଗି ଗୁରୁଣ୍ଡିବା ଲାଗି ବାଧ୍ୟ କିଆଁ କରୁଛ ?

ଅର୍ଗସ ବ୍ୟୁରୋ: ଟୁଇନ ସିଟିରେ ମେଟ୍ରୋ । ଅଧଘଣ୍ଟାର ରାସ୍ତାକୁ ଦୁଇ ୧୦ ମିନିଟ୍‌ରେ ପହଞ୍ଚିବେ ଲୋକେ । କେବଳ ମେଟ୍ରୋ କାହିଁକି ମାଳମାଳ ଯୋଜନା କରି ଲୋକଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର । ହେଲେ ଦିନରେ ଆଉ ଲଣ୍ଠନ ଦେଖାଇବାକୁ ଉଦ୍ୟମ କଲେ ବି ସରକାରର ମିଛ ଏବେ ପଦାରେ ପଡିଛି । ଦେଖନ୍ତୁ ଏ ଦୃଶ୍ୟକୁ । ଯେଉଁଠି ୫ ହଜାର କୋଟି ଟଙ୍କା ବ୍ୟୟରେ ମେଟ୍ରୋ ପ୍ରକଳ୍ପ ହେଉଛି ସେଇଠି ମାତ୍ର ହଜାରେ ଟଙ୍କା ଲାଗି ଗୁରୁଣ୍ଡି ଗୁରୁଣ୍ଡି ଯାଉଛନ୍ତି ଏହି ବୃଦ୍ଧା ଜଣକ । ଏଥିରୁ ତ ଗୋଟିଏ କଥା ସ୍ପଷ୍ଟ ଯେ ଏ ସରକାର କେବଳ ମିଛ କହିବାରେ ମାହିର । ରାଜସ୍ଵ ବଳକା ରାଜ୍ୟ କହୁଥିବା ସରକାର ଏ ଦୃଶ୍ୟ ଦେଖିବା ପରେ ଲାଜରେ ମୁହଁ ଲୁଚାଇବାର କଥା । କିନ୍ତୁ ନବୀନ ସରକାର ଭୁଆଁ ବୁଲାଇବାରେ ବ୍ୟସ୍ତ ।

ଏ ଗୋଟିଏ ଦୃଶ୍ୟ ସବୁ ବିକାଶ ସବୁ ପ୍ରକଳ୍ପର ପୋଲ୍ ଖୋଲି ଦେଉଛି । ମାତ୍ର 1000 ଟଙ୍କା ଭତ୍ତା ଲାଗି 30 କିମି ଗୁରୁଣ୍ଡି ଗୁରୁଣ୍ଡି ଗଲେ 86 ବର୍ଷୀୟ ବୃଦ୍ଧା । ଇଏ ଆମ ବ୍ୟବସ୍ଥା । ଇଏ କଣ ରାଜ୍ୟରେ 24 ବର୍ଷ ସ୍ଥିର ଶାସନର ବିକାଶ । ଆଧାର ସଂଯୋଗ କରିବାକୁ ୮୬ ବର୍ଷୀୟ ଦିବ୍ୟାଙ୍ଗ ବୃଦ୍ଧା ଏଠି ସଂଘର୍ଷ କରୁଛନ୍ତି । ଆଉ ଆମ ସରକାର ମେଟ୍ରୋ କଥା କହି ଭୁଆଁ ବୁଲାଉଛନ୍ତି । ସୁନ୍ଦରଗଡ଼ କୁତ୍ରା ଅଞ୍ଚଳରୁ ଆସିଥବା ଏ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଉଛି । 

ମେଟ୍ରୋର ଆଶା ଦେଇ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛି ବିଜେଡି । ହେଲେ ଏପଟେ ପରିଣତ ବୟସରେ ପହଞ୍ଚିଥିବା ଏ ବୃଦ୍ଧା ସାମାନ୍ୟ ସହାୟତା ପାଇଁ ଏମିତି ଅବସ୍ଥାରେ ଯାଉଛନ୍ତି । କଣ ଏମିତି ଆମ ସ୍ମାର୍ଟ ବ୍ୟବସ୍ଥା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କୁତ୍ରାର ଟେରସା ବାର୍ଲା ଅସୁସ୍ଥ ଥିବାରୁ ଗାଁ ପାଖ ବୈଦ୍ୟଙ୍କୁ ଦେଖାଇବାକୁ ଯାଇଥିଲେ । ଚିକିତ୍ସା ପାଇଁ ବୈଦ୍ୟ ପାଉଣା ମାଗିଥିଲେ । ଏଥିପାଇଁ ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଆଧାର ସଂଯୋଗ ହୋଇନପାରିବାରୁ ବ୍ୟାଙ୍କକୁ ଯିବା ପାଇଁ କୁହାଯାଇଥିଲା । ତେଣୁ ସେ ୩୦ କିଲୋମିଟର ଦୂର ବ୍ୟାଙ୍କକୁ ଯିବାକୁ ବାହାରିଥିଲେ । ତାହା ବି ଗୁରୁଣ୍ଡି ଗୁରୁଣ୍ଡି । କୁତ୍ରା ବଜାରରେ ଗଣମାଧ୍ୟମ ପ୍ରତିନିଧି ଦେଖି ତାଙ୍କୁ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ନେଇଥିଲେ । ସେଠାରେ ଯାଞ୍ଚ ପରେ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ଥିବା ଜଣାପଧଡ଼ିଥିଲା । ସେଠାରୁ ସେ ହଜାରେ ଟଙ୍କା ଉଠାଇ ଘରକୁ ଫେରିଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
women-walk-30-km-for-linking-adharcard-at-sundargarh-kutra-area | Argus English