Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଲେ ମହିଳା

Odisha

ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଲେ ମହିଳା

Ritu Das
Browse all articles by Ritu Das
·2 years ago·1 min read
ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଲେ ମହିଳା

ଅର୍ଗସ ବ୍ୟୁରୋ: ଚୋରା ମଦ କାରବାର ବିରୋଧରେ ମେଳି ବାନ୍ଧିଲେ ମହିଳା। ମହିଳାଙ୍କ ଲଢ଼େଇରେ ସାଥ ଦେଲେ ସ୍ଥାନୀୟ ୱାର୍ଡ ସଭ୍ୟ ଓ ସରପଞ୍ଚ। ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରେଙ୍ଗଳ ପଞ୍ଚାୟତର 7 ନମ୍ବର ୱାର୍ଡରେ ତିନିଗୋଟି ଚୋରା ମଦ ଦୋକାନ ଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଗାଁ ସାହି ଭିତରେ ହାତ ପାହାନ୍ତାରେ ଚୋରା ମଦ କାରବାର ହେଉଥିବା ବେଳେ ଗ୍ରାମର ଯୁବକ ପଥ ଭ୍ରଷ୍ଟ ହେଉଛନ୍ତି। ବସ୍ତିର ପ୍ରାୟ ବାସୀନ୍ଦା ଦିନ ମଜୁରୀ ଲାଗି ପେଟ ପୋଷନ୍ତି। ଯଦି 500 ଟଙ୍କା ମଜୁରୀ ପାଆନ୍ତି ତେବେ ସେଥିରୁ 300 ଟଙ୍କା ମଦ ପାଣିରେ ଖର୍ଚ୍ଚ କରି ଦେବାଳିଆ ହେଉଥିବା ବେଳେ ନିଶାସକ୍ତ ହୋଇ ଘରେ ମାରାପିଟ ମଧ୍ୟ କରୁଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। 

ଗତ କାଲି ଚୋରା ମଦ ବେପାରୀଙ୍କୁ ଗ୍ରାମର ସମୂହ ମହିଳା ତାଗିଦ କରିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ପତ୍ର ପାଇବା ପରେ ପଞ୍ଚାୟତ ତରଫରୁ ଚୋରା ମଦ ବନ୍ଦ କରିବାକୁ ଡେଙ୍ଗୁରା ମାଧ୍ୟମରେ ସଚେତନତା କରାଯାଇଥିଲା। ହେଲେ ଏଯାଏ ସେହିପରି କାରବାର ଚାଲିଥିବା ମହିଳା ମାନେ ଅଭିଯୋଗ କରିଥିବା ବେଳେ ଉକ୍ତ ୱାର୍ଡର ସଭ୍ୟ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଯଦି ପ୍ରଶାସନ 5 ଦିନ ମଧ୍ୟରେ ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପଦକ୍ଷେପ ନ ନିଅନ୍ତି ତେବେ ସମସ୍ତ ମହିଳା ମାନେ ମିଶି ଆଇନକୁ ହାତକୁ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Women protest | Argus English