Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡିଶାରେ ଅସୁରକ୍ଷିତ ମହିଳା : ୨୩ ବର୍ଷର ଶାସନରେ ୨୩ ଜଣଙ୍କୁ ମିଳିପାରିନି ନ୍ୟାୟ

Odisha

ଓଡିଶାରେ ଅସୁରକ୍ଷିତ ମହିଳା : ୨୩ ବର୍ଷର ଶାସନରେ ୨୩ ଜଣଙ୍କୁ ମିଳିପାରିନି ନ୍ୟାୟ

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
ଓଡିଶାରେ ଅସୁରକ୍ଷିତ ମହିଳା : ୨୩ ବର୍ଷର ଶାସନରେ ୨୩ ଜଣଙ୍କୁ ମିଳିପାରିନି ନ୍ୟାୟ

Key Points

  •  ମହିଳା ,ଶିଶୁ : ଓଡିଶାରେ ସୁରକ୍ଷିତ ନୁହନ୍ତି
  • ମହିଳାଙ୍କ ପ୍ରତି ଅସଦାଚାରଣ ମାମଲାରେ ଦେଶର ୪ର୍ଥ ସ୍ଥାନରେ ରାଜ୍ୟ
  • ପ୍ରତ୍ୟେକ ଦିନ ୧୨ ଜଣ ମହିଳାଙ୍କୁ ହେଉଛି ଦୁଷ୍କର୍ମ
  • ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବି ବେଫିକର ନବୀନ ସରକାର 
  • ୨୩ ବର୍ଷର ଶାସନରେ ୨୩ ଜଣ ପୀଡିତାଙ୍କୁ ନ୍ୟାୟ ମିଳିଛି ତ ?

ଅର୍ଗସ ବ୍ୟୁରୋ : ମାଆକୁ ସୁରକ୍ଷା ମାଆକୁ ସମ୍ମାନ ଦେବାର ନାରା କେବଳ ନାରାରେ ରହିଯାଇଛି । ରାସ୍ତାଘାଟ, କାନ୍ଥ ବୋର୍ଡରେ ନୀଳରଙ୍ଗରେ ନାରୀକୁ ସୁରକ୍ଷା ନାରୀକୁ ସମ୍ମାନର ସ୍ଲୋଗାନ ବଡବଡ ଅକ୍ଷରରେ ଛପା ଯାଇଛି ।  କିନ୍ତୁ ରାଜ୍ୟ ସରକାର କେତେ ସତ କହୁଛନ୍ତି ତାହାର ସତ କହିଦେଇଛି NCRB ରିପୋର୍ଟ । କାରଣ ରାଜ୍ୟରେ ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ହିଂସା ଦିନକୁ ଦିନ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ମୋଟ୍‌ ଉପରେ ରାଜ୍ୟରେ ମହିଳା ଓ ଶିଶୁ ସଂପୂର୍ଣ୍ଣ ଭାବରେ ଅସୁରକ୍ଷିତ । 
 

ବର୍ଷ ବଢୁଛି, ଅପରାଧ ବଢୁଛି
ଚେଇଁ ଶୋଇଛି ରାଜ୍ୟ ସରକାର

 

ବର୍ଷ ବଢିବା ସହ ଅପରାଧ ବି ତାଳ ଦେଇ ବଢୁଛି । ଯାହା ଏବେ ଚିନ୍ତାର ବିଷୟ ।  ଯଦି ତଥ୍ୟ ଉପରେ ନଜର ପକାଇବା ତେବେ ତଥ୍ୟ କହୁଛି, ୨୦୨୧ ତୁଳନାରେ ୨୦୨୨ରେ ବଢିଛି ମହିଳା ବିରୋଧୀ ଅପରାଧ । ୨୦୨୧ରେ ଓଡିଶାରେ ମହିଳା ଅପରାଧିକ ମାମଲା ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ଟି ମହିଳା ।

 ରିପୋର୍ଟ କହୁଛି, ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସାଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ରହିଛି ଏବଂ ଅପରାଧିକ ମାମଲାରେ ଦେଶର ଦ୍ବିତୀୟ ସ୍ଥାନରେ ରହିଛି । ଯାହା ଚିନ୍ତାଜନକ ବିଷୟ । କେବଳ ଏତିକି ନୁହେଁ ବରଂ ଦୁଷ୍କର୍ମ କ୍ଷେତ୍ରରେ ଓଡିଶାର ସ୍ଥାନ ଦେଶରେ ଷଷ୍ଠରେ ରହିଛି । ହେଲେ ଯଦି ରାଜ୍ୟର ଜନସଂଖ୍ୟାକୁ ନଜରରେ ରଖି କହିବେ, ତେବେ ମହିଳା ବିରୋଧୀ ହିଂସାରେ ଓଡ଼ିଶା ନମ୍ବର ୱାନ ହେବ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏ ସରକାରର ଅହଙ୍କାର ଏତେ ମାତ୍ରାରେ ବଢିଲାଣି ଯେ ସୁପ୍ରମକୋର୍ଟଙ୍କ ତାଗିଦ ପରେ ବି ଚେତୁନାହିଁ କି ଅପରାଧ କମାଇବାରେ ନୂଆ ରଣନୀତି ଆପଣାଉନାହିଁ ।
 

ବେବିନାଠୁ ଇତିଶ୍ରୀ...ମମିତାଠୁ କୁନ୍ଦୁଲି ପୀଡିତା
ପରୀଠୁ ପିହୁ...କେହି ପାଇନାହାନ୍ତି ନ୍ୟାୟ

ଅପରାଧ ବଢିବାରେ ଲାଗିଛି । କିନ୍ତୁ ୨୪ ବର୍ଷର ସ୍ଥିର ସରକାର ଚେତିବାର ନା ଧରୁନି । ସ୍ଥିତି ଏମିତି ହେଲାଣି ଯେ ସ୍କୁଲ ଘରେ ଶିକ୍ଷାଦାନ  ବଦଳରେ ଛାତ୍ରୀଙ୍କ ସହ ହେଉଛି ଦୁଷ୍କର୍ମ । ଏମିତିକି ଶିକ୍ଷାଦାନ ଭଳି ପବିତ୍ର ଅନୁଷ୍ଠାନରେ ନିଜକୁ ସୁରକ୍ଷିତ ମଣିପାରୁ ନାହାନ୍ତି ଛାତ୍ରୀ । ରାଜ୍ୟରେ ଏବେ ବାଲେଶ୍ଵରଠୁ ବରଗଡ଼...କଟକଠୁ କୋରାପୁଟ କେଉଁଠି ବି  ସୁରକ୍ଷିତ ନୁହନ୍ତି ମହିଳା ଓ ଛାତ୍ରୀ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତି ୨ ଘଣ୍ଟାରେ ୨ ଜଣ, ଦିନକୁ ୧୨ ଦୁଷ୍କର୍ମ
ହେଲେ ବର୍ଷକୁ ଦଣ୍ଡ ପାଉଛନ୍ତି ମାତ୍ର ୧୨ ଜଣ

 

ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ଦୁଷ୍କର୍ମ ପରି ମାମଲା ବଢିବା ଦୁଃଖ ଦାୟକ । ହେଲେ ତଥ୍ୟ କହୁଛି, ଆଜିକା ଦିନରେ ପ୍ରତି ଘଣ୍ଟାରେ ୨ ଜଣ ଓ ପ୍ରତ୍ୟେକ ଦିନ ୧୨ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ହେଲେ ଦୁଃଖର କଥା ବର୍ଷକୁ ମାତ୍ର ୧୨ ଜଣ ଦଣ୍ଡିତ ହେଉଛନ୍ତି । ଏବେ ବି ୯୬ ପ୍ରତିଶତ ମହିଳା ବିରୋଧୀ ମାମଲା କୋର୍ଟରେ ପଡିରହିଛି । ନ୍ୟାୟ ଅପେକ୍ଷାରେ ସେମାନେ କଇଁକଇଂ ହୋଇ କାନ୍ଦୁଛନ୍ତି । 

 ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହଚ...ଏଇଠି ଠିକ୍ ସେହି ଅବସ୍ଥା । ରକ୍ଷକ ଯେବେ ଭକ୍ଷକ ହେବ, ବାଡ ଯେବେ ଫସଲ ଖାଇବ ତେବେ କହିବି କାହାକୁ ଶୁଣିବ କିଏ ? ଶୁଣୁଛି ଯିଏ ତା ଗାଲକୁ ଦୁଇ ଚାପୁଡା ଦିଏ ପରି ସ୍ଥିତି । ଅର୍ଥାତ୍‌ ଶାସକ ଦଳର ନେତା ଓ କର୍ମୀଠୁ ଆରମ୍ଭ କରି ପୋଲିସମାନେ ଯଦି ଅପରାଧିକ କାର୍ଯ୍ୟରେ ସାମିଲ ରହିବେ ତେବେ ଶାସନ ଚାଲିବ କେମିତି ?ଶଙ୍ଖ ଦଳର ଆଗଧାଡିର ନେତା ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ନିମାପଡ଼ା ବିଧାୟକ ସମୀର ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଭଳି ନେତା ଦୁଷ୍କର୍ମ ଓ ନାରୀ ନିର୍ଯାତନାରେ ସାମିଲ ।

ତେବେ ଏଠାରେ ପ୍ରଶ୍ନ ଏହା କଣ ବିଜୁବାବୁଙ୍କ ସ୍ବପ୍ନ ଥିଲା କି ? ୨୪ ବର୍ଷର ଶାସନ ଭିତରେ ୨୪ ପୀଡ଼ିତାଙ୍କୁ ନ୍ୟାୟ ଦେଇଛନ୍ତି ତ ମୁଖ୍ୟମନ୍ତ୍ରୀ ? କେତେଦିନ ଗମ୍ଭୀରା ଭିତରେ ବସିବେ ନବୀନ ? କଥାରେ ଅଛି କ୍ଷୀର ଉତୁରିଲେ ଚୁଲିକୁ, ମଣିଷ ଉତୁରିଲେ ....। ଯେତେବେଳେ ତାଙ୍କରି ଦଳର ମହିଳା ନ୍ୟାୟ ପାଇଁ ମୁଖିଆଙ୍କ ପାଖକୁ ଦୌଡିଦୌଡି ନ୍ୟାୟ ପାଉନାହାନ୍ତି, ସେଠି ସାଧାରଣ ଜନତା ଯେ ନ୍ୟାୟ ପାଇବେ ସେ ସ୍ବପ୍ନ ବୃଥା ।ଆମେ କହୁନୁ ନବୀନ ବାବୁ ଦୋଷୀ । ହେଲେ ତାଙ୍କ ଦଳର ନେତା ଯଦି ଏମିତି କାମ କରିବେ ଆମେ ଘରର ମୁରବୀ ହିସାବରେ ତାଙ୍କୁ ଦୋଷ ଦେବାନି କେମିତି ? ତେବେ ସମୟ କହିବ କେବେ ପୀଡ଼ିତା ପାଉଛନ୍ତି ନ୍ୟାୟ ।
 

Sponsored
women are not safe in Odisha: In 23 years of rule, 23 woman victim could not get justice | Argus English