Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାପ କାମୁଡିଥିବା ମହିଳାଙ୍କୁ ଝାଡିବାକୁ ଯାଇ ଗୁଣିଆ ଗୁରୁତର 

Odisha

ସାପ କାମୁଡିଥିବା ମହିଳାଙ୍କୁ ଝାଡିବାକୁ ଯାଇ ଗୁଣିଆ ଗୁରୁତର 

Manini Pattanayak
Browse all articles by Manini Pattanayak
·2 years ago·1 min read
ସାପ କାମୁଡିଥିବା ମହିଳାଙ୍କୁ ଝାଡିବାକୁ ଯାଇ ଗୁଣିଆ ଗୁରୁତର 

କେନ୍ଦୁଝର: ଜଣେ ମହିଳାଙ୍କୁ ବିଷାକ୍ତ ସାପ କାମୁଡିବା ପରେ ବିଷ ଝାଡ଼ିବାକୁ ଯାଇ ଗାଁର ମହିଳା ଗୁଣିଆ ଗୁରୁତର। ଆନନ୍ଦପୁର ମେଡିକାଲରେ ଭର୍ତ୍ତି। ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଝଣଝଣା ଗାଁରେ ସୂର୍ଯ୍ୟମଣି ବେହେରାଙ୍କ ପତ୍ନୀ ଝୁନୁରାଣୀକୁ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ଛାଡି ଗୁଣିଆ ଖୋଜିଥିଲେ।

ଘଟଣା ପରେ ଗାଁର ମିନତୀ ଦେହୁରୀ ଙ୍କ ଦେହରେ ଠାକୁରାଣୀ ଆସି ସେ ଝୁନୁରାଣୀର ବିଷ ଝାଡ଼ିଦେବେ କହିଥିଲେ। ଝୁନୁରାଣୀ ଘରକୁ ଆସି ସାପ କାମୁଡ଼ିଥିବା ସ୍ଥାନ କୁ ପାଟି ଲଗାଇ ବିଷ ଟାଣିବାରେ ଲାଗିଥିଲେ ହେଲେ ଝୁନୁରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲକୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମିନତୀ ଦେହୁରୀଙ୍କ ସ୍ୱାସ୍ଥ୍ୟ  ଗୁରୁତର ହୋଇଯାଇଥିଲା। ତାଙ୍କୁ ମଧ୍ୟ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ସମୟରେ ମଧ୍ୟ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଆଦିବାସୀ ମାନେ ଘାଣ୍ଟି ହେଉଥିବା ଵେଳେ ସଚେତନତାର ଆବଶ୍ୟକ ରହିଛି।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The family brought him to Anandpur Medical Center where doctors declared him brought dead | Argus English