ମହିଳାଙ୍କୁ ନୃଶଂସ ଭାବେ ହତ୍ୟା, ଅଭିଯୁକ୍ତ ଅଟକ

ଅର୍ଗସ ବ୍ୟୁରୋ: ଡାହାଣୀ ସନ୍ଦେହରେ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଧୀନ ଲହଣ୍ଡାକୋଚା ଗାଁରେ ଘଟିଛି ଏ ହତ୍ୟାକାଣ୍ଡ । ମୃତ ମହିଳା ହେଲେ ବୋଲାଇ ମୁର୍ମୁଙ୍କ ସ୍ତ୍ରୀ ମିନତୀ ମୁର୍ମୁ । ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ ଭାଇ ଓ ପୁତୁରା ମିଶି ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ ।
ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀ ମକର ମେଳା ଦେଖିବାକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ଘରେ କେହି ନଥିବାର ସୁଯୋଗ ନେଇ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ । ମେଳାରୁ ଫେରି ରକ୍ତ ଯୁଡ଼ୁବୁଡୁ ଅବସ୍ଥାରେ ନିଜ ସ୍ତ୍ରୀଙ୍କୁ ଦେଖି ଝାରପୋଖରିଆ ପୋଲିସକୁ ଖବର ଦେଇଥିଲେ । କିଛି ଦିନ ତଳେ ପରିବାରରେ ଝଗଡ଼ା ଲାଗିଥିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: