Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅନ୍ଧବିଶ୍ୱାସର କରୁଣ ପରିଣତି, ମହିଳାଙ୍କୁ ପିଟିପିଟି ହତ୍ୟା

Odisha

ଅନ୍ଧବିଶ୍ୱାସର କରୁଣ ପରିଣତି, ମହିଳାଙ୍କୁ ପିଟିପିଟି ହତ୍ୟା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅନ୍ଧବିଶ୍ୱାସର କରୁଣ ପରିଣତି, ମହିଳାଙ୍କୁ ପିଟିପିଟି ହତ୍ୟା

ଅର୍ଗସ ବ୍ୟୁରୋ: ଅନ୍ଧବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗ୍ରାମରେ ଘଟିଛି ଏଭଳି ଘଟଣା  । ହିକିନ ମାଝୀ ଙ୍କ ସ୍ତ୍ରୀ ଦୋଲି ମାଝୀ ଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯା ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକିଛି ଦିନ ତଳେ ସିନିଙ୍ଗା ମାଝୀ ଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ। ଏହାକୁ ନେଇ ଗତକାଲି ରାତିରେ  ଦୋଲି ଶୋଇଥିବା ବେଳେ ତାଙ୍କ ସାନ ଯାଆ ଆକ୍ରମଣ କରିଥିଲେ । ଦୋଲି ଙ୍କ ପରିବାର  ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲି ଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman beaten to death | Argus English