|
logo
Live

Argus News - ନିର୍ବାଚନ ଲଢିବେ ଅର୍ଚ୍ଚନା ! ଟିକେଟ୍‌ ଦେବ...

Odisha

ନିର୍ବାଚନ ଲଢିବେ ଅର୍ଚ୍ଚନା ! ଟିକେଟ୍‌ ଦେବ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନିର୍ବାଚନ ଲଢିବେ ଅର୍ଚ୍ଚନା ! ଟିକେଟ୍‌ ଦେବ...

Key Points

  • ୨୪ ନିର୍ବାଚନ ଲଢିବେ ଅର୍ଚ୍ଚନା ନାଗ
  • ଲୋକ ଚାହିଁଲେ ଲଢିବି ବୋଲି ଦେଖାଇଲେ ଦମ୍ଭୋକ୍ତି
  • ନିର୍ବାଚନମଣ୍ଡଳୀକୁ ନେଇ ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ୨୪ ନିର୍ବାଚନ ଲଢିବେ ବ୍ଲାକମେଲର କ୍ଵିନ ଅର୍ଚ୍ଚନା ନାଗ । ଲୋକଙ୍କ ଇଚ୍ଛାକୁ ସେ ସମ୍ମାନ ଦେବା ସହିତ ଓକିଲାତି ଛାଡି ଏବେ ରାଜନୀତିରେ ମନ ନିବେଶ କରୁଛନ୍ତି ଅର୍ଚ୍ଚନା । ଏମିତିକି ଓଡ଼ିଶାବାସୀ ଯେଉଁ ସ୍ଥାନରୁ କହିବେ ସେହି ସ୍ଥାନରୁ ସେ ନିର୍ବାଚନ ଲଢିବେ ବୋଲି ଅର୍ଚ୍ଚନା କହିବା ପରେ ଏବେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । କାରଣ ବିଜେଡି ନେତାଙ୍କ ସହ ତାଙ୍କର ଭାବ କେତେ ସମସ୍ତେ ଜାଣନ୍ତି । ସେଇଥି ଲାଗି ତ ଏବେ ଅନେକ ନେତାଙ୍କ ଧକଧକ ହେଲାଣି ଛାତି ।

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ନେଇ ଥମିବାରେ ନା ନେଉନି ଚର୍ଚ୍ଚା । ଦେହ ବ୍ୟବସାୟ, ବେଆଇନ ଟଙ୍କା ରୋଜଗାର ଆଦି ମାମଲା ଦାୟର ହେବା ପରେ ତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା କମିଶନରେଟ୍‌ ପୋଲିସ । ଏମିତିକି ତାଙ୍କ ନାଁରେ ସଙ୍ଗୀନ ଓ ସାଙ୍ଘାତିକ ଦଫା ଲାଗିଥିଲା । ହେଲେ ଗତ ଡିସେମ୍ବର ୪ରେ ତାଙ୍କୁ ବେଲ୍‌ ଦେଇଥିଲେ କୋର୍ଟ । ସକାଳୁ ସକାଳୁ ଝାରପଡା ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ କହିଥିଲେ ଅପେକ୍ଷା କର ସବୁ କହିବି । ହେଲେ ନୂଆବର୍ଷ ଅବସରରେ ରାମ ମନ୍ଦିର ସାମ୍ନାରେ ଯେଉଁ ପ୍ରତିକ୍ରିୟା ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

ରାଜଧାନୀର ଛାତି ଉପରେ ସେ ଯେମିତି ବେଆଇନ କାମ କରି ଟଙ୍କା ରୋଜଗାର କରିଥିଲେ, ସେଇଥି ପାଇଁ ବିଜେଡି ନେତା ହିଁ ଦାୟୀ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ଏମିତିକି ଅର୍ଚ୍ଚନା ସତ କହିଦେଲେ ବିଜେଡି ସରକାର ଭାଙ୍ଗିବ ବୋଲି କହିବାକୁ ପଛାଇନଥିଲେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ହେଲେ ଆଜି ଯେମିତି ଭାବରେ ନିର୍ବାଚନ ଲଢିବେ ବୋଲି କହିଲେ ସେଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବିଜେଡି ନେତାଙ୍କ ସହ ତାଙ୍କ ସମ୍ପର୍କ ଭଲ ଅଛି । ହେଲେ କେଉଁ ନିର୍ବାଚନମଣ୍ଡଳୀରୁ ସେ ଲଢିବେ ସେନେଇ କିନ୍ତୁ ସ୍ପଷ୍ଟ ହୋଇନି । ତେବେ ଦେଖିବାକୁ ବାକି ରହିଲା କେଉଁ ସିଟ୍‌ରୁ ସେ ଲଢିବେ ନିର୍ବାଚନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ନିର୍ବାଚନ ଲଢିବେ ଅର୍ଚ୍ଚନା ! ଟିକେଟ୍‌ ଦେବ... | Argus English