ନ୍ୟାୟ ପାଇଁ ଲଢେଇ କରୁଥିବା ପରିବାରକୁ ଭେଟିବ କି ବିଜେଡି ?

ଅର୍ଗସ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ବିଜେଡି ଆରମ୍ଭ କରିଛି ଉଦ୍ୟମ । ଜନ ସମ୍ପର୍କ ପଦ ଯାତ୍ରା ପରେ ଦଳ ଆପଣେଇଛି ପରିବାର ସମ୍ପର୍କ ଅଭିଯାନ ଫଣ୍ଡା । ମଙ୍ଗଳବାର ଠୁ ଦଳ ପକ୍ଷରୁ ଆରମ୍ଭ ହୋଇଛି ପରିବାର ସମ୍ପର୍କ ଯାତ୍ରା । ଘରକୁ ଘର ବୁଲୁଛନ୍ତି ନେତା ଓ କର୍ମୀ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏଁ ଚାଲିବ ଏହି ସମ୍ପର୍କ ଯାତ୍ରା । ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମ ସୁବିଧା ମିଳୁଛି କି ନାହିଁ ସେ ସମ୍ପର୍କରେ ତଥ୍ୟ ନେବା ପାଇଁ ଦଳୀୟ କର୍ମକର୍ତ୍ତା ପରିବାର ପାଖରେ ପହଞ୍ଚିବାକୁ ରହିଛି ନିର୍ଦ୍ଦେଶ ।
ସେପଟେ ରାଜ୍ୟରେ ଅନେକ ପରିବାର ନ୍ୟାୟ ପାଇଁ ନେତାଙ୍କ ଦୁଆରକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କ କଥା ଶୁଣୁନି ବିଜେଡି ସରକାର । ଯାହାକୁ ନେଇ ବିଜେଡିର ଦୋ ମୁହାଁ ଚରିତ୍ରକୁ ନେଇ ଉଠିଛି ପ୍ରଶ୍ନ । ନଜର ପକାନ୍ତୁ କେମିତି କିଏ ବିଜେଡି ନେତାଙ୍କ ଦ୍ଵାରା ଶୋଷଣର ଶିକାର ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ମହାଙ୍ଗାର କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡ ଘଟଣାରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଥିଲେ ମୁଦାଲା ନମ୍ବର ୧୩ । ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁରେ ବି ଆସିଥିଲା ପ୍ରତାପଙ୍କ ସଂପୃକ୍ତି ଅଭିଯୋଗ । ନୃଶଂସ ବିଧାୟକ କହି ନିଶାନା କରିଥିଲେ ବିରୋଧୀ । ତେବେ ପ୍ରତାପଙ୍କ ବିରୋଧରେ ନା ହେଲା କାର୍ଯ୍ୟାନୁଷ୍ଠାନ ନା ପରିବାର ପାଇଲେ ନ୍ୟାୟ । କୁଳମଣିଙ୍କ ପରିବାରକୁ ଭେଟିବେ କି ବିଜେଡି ନେତା ।
ନୟାଗଡ଼ର କୁନି ଝିଅ ପରି ହତ୍ୟାକାଣ୍ଡ ଘଟଣାରେ ବି ବିଜେଡି ବିଧାୟକ ଅରୁଣ ସାହୁଙ୍କ ନାଁ ରେ ସଂଙ୍ଗୀନ ଅଭିଯୋଗ ଆଣିଲେ ପରିବାର ଲୋକେ । ତଦନ୍ତକୁ ଭିନ୍ନ ମୋଡ଼ ଦେଇ ମାମଲାକୁ ଚାପି ଦେଲେ ବିଜେଡି ସରକାର । ପରୀର ପରିବାର କଣ ସାଢେ 4 କୋଟି ପରିବାର ମଧ୍ୟରେ ଆସୁନାହାଁନ୍ତି କି ? ଯାଜପୁର ବିଂଝାରପୁରର କୁନି ଝିଅ ପହି ନିଖୋଜ କୁ ତିନି ବର୍ଷ ବିତିଥିଲେ ବି ପରିବାରକୁ ମିଳିନି ନ୍ୟାୟ । ମମିତା ମେହେର ଘଟଣାରେ ବି ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ ପରିବାର ଲୋକେ । ମମିତାଙ୍କ ହତ୍ୟାକାରୀକୁ ବି ଜେଲରେ ହତ୍ୟା କରାଯାଇଥିବାର ଆସିଥିଲା ଅଭିଯୋଗ । ଏଠି ବି ପରିବାର ଲୋକେ ପାଇଲେ ନି ନ୍ୟାୟ । ରାୟଗଡ଼ାର ଲକ୍ଷ୍ମୀ ମାଝୀ ଘଟଣାରେ ବି ସମାନ ଭାବେ ନ୍ୟାୟ ପାଇଁ ପରିବାର ଲୋକେ କରୁଛନ୍ତି ଲଢେଇ । ପାଖାପାଖି ମାସେ ବିତିଲାଣି ହେଲେ ଅଭିଯୁକ୍ତ ପାଖରେ ନା ପହଁଞ୍ଚିଲା ପୋଲିସ ନା କ୍ରାଇମ ବ୍ରାଞ୍ଚ ।
କେବଳ ଏତିକି ନୁହେଁ ଏମିତି ୨୨ ରୁ ୨୫ ପରିବାର ନ୍ୟାୟ ପାଇଁ ନେତାଙ୍କ ଘର ଆଗରେ ଗୁହାରି କରି ଶେଷରେ ନିରାଶ ହେବା ପରେ ଆଜି ରାଜ୍ୟପାଳ ଓ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି । ଏମାନଙ୍କ ପରିବାରକୁ ଭେଟିବେ କି ବିଜେଡି ନେତା । ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ସାଢ଼େ ଚାରି କୋଟି ଓଡିଆ ଲୋକ ମୋ ପରିବାର । ତେବେ ଦଳର ପରିବାର ସମ୍ପର୍କ ପଦଯାତ୍ରା ବେଳେ ଏହି ସବୁ ପରିବାରକୁ ଭେଟିବାକୁ ଦଳୀୟ ନେତା ଙ୍କୁ ନିର୍ଦ୍ଦେଶ ଦେବେ କି ନବୀନ ?