Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରକ୍ସି ଶାସନର ପୋଲ ଖୋଲିଦେଲେ ରାଜ୍ୟପାଳ

Odisha

ପ୍ରକ୍ସି ଶାସନର ପୋଲ ଖୋଲିଦେଲେ ରାଜ୍ୟପାଳ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପ୍ରକ୍ସି ଶାସନର ପୋଲ ଖୋଲିଦେଲେ ରାଜ୍ୟପାଳ

Key Points

  • ରାଜ୍ୟପାଳଙ୍କ ସାମ୍ନାରେ ଧରାପଡିଗଲା ଚାଲାକି
  • ସରପଂଚଙ୍କ ବଦଳରେ ଉପସ୍ଥିତ ଥିଲେ ସ୍ଵାମୀ
  • ପ୍ରକ୍ସି ସରକାର ଖୋଲିଗଲା ଗୁମର

ଅର୍ଗସ ବ୍ୟୁରୋ: ରାଜ୍ୟରେ ଏବେ ଚାଲିଛି ପ୍ରକ୍ସି ସରକାର । ଯେମିତି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଏବେ ସର୍ବେସର୍ବା ହୋଇଛନ୍ତି ପାଣ୍ଡିଆନ । ଠିକ୍‌ ସେମିତି ମହିଳା ସରପଂଚଙ୍କ ବଦଳରେ ଯୋଗ ଦେଉଛନ୍ତି ତାଙ୍କ ସ୍ଵାମୀ । ସିଏ ପୁଣି ରାଜ୍ୟପାଳଙ୍କ କାର୍ଯ୍ୟକ୍ରମରେ । ପୂର୍ବରୁ ପଂଚାୟତରାଜ ବିଭାଗକୁ ହାଇକୋର୍ଟଙ୍କ ଛାଟ ବାଜିବା ପରେ ସୁଧୁରୁନାହାନ୍ତି ରାଜ୍ୟ ସରକାର କି ପ୍ରଶାସନିକ ବାବୁ ।

ସଭାରେ ସରପଂଚ କିଏ ବୋଲି ପଚାରୁଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ସିଧାସିଧା ସଭାରେ ସରପଂଚ ମିଟିଂ କରୁଛନ୍ତି କି ନାହିଁ ? କାମ ହେଉଛି କି ନାହିଁ ? ପଚାରୁଛନ୍ତି । ହେଲେ ସରପଂଚଙ୍କର ଦେଖାନାହିଁ । ହେଲେ ସରପଂଚ କିଏ ବାରମ୍ବାର ପଚାରିବାରୁ ମହିଳା ସରପଂଚଙ୍କର ସ୍ଵାମୀ ଆସି ଆଲୋଚନା କରୁଛନ୍ତି । ହେଲେ ସେ ପର୍ଯ୍ୟନ୍ତ ସିଏ ସରପଂଚ ନୁହନ୍ତି ବୋଲି କହୁନାହାନ୍ତି । ଆଉ ପରେ ଯେତେବେଳେ ରାଜ୍ୟପାଳ ଜାଣିଲେ କି ମହିଳା ସରପଂଚଙ୍କ ବଦଳରେ ସ୍ଵାମୀ ସଭାରେ ଅଛନ୍ତି , ତାଗିଦ କରି କହିଲେ, ସରପଂଚ ଆସିବା ଦରକାର । ସିଏ ନିର୍ବାଚିତ ଜନପ୍ରତିନିଧୀ...

ସାରା ରାଜ୍ୟର ଶାସନ ଏବେ ପ୍ରକ୍ସି ବ୍ୟବସ୍ଥାରେ ଚାଲିଛି । ଆଉ ନୁହେଁ ତ କଣ ? ରାଜ୍ୟର ମୁଖ୍ୟମନ୍ତ୍ରୀ ଶାସନ ଗାଦିରେ ସିନା ବସିଛନ୍ତି ହେଲେ ସ଼ବୁ କଥା ବୁଝୁଛନ୍ତି ପାଣ୍ଡିଆନ । ଏମିତିକି ମୁଖ୍ୟ ଶାସନ ସଚିବ ଯାହା କରିପାରୁନାହାନ୍ତି ତାହା ପାଣ୍ଡିଆନ କରୁଛନ୍ତି । ଯାହାକୁ ନେଇ ବିରୋଧୀଙ୍କଠାରୁ ଆରମ୍ଭ କରି ପ୍ରତିଟି ଓଡ଼ିଆ ପ୍ରଶ୍ନ କରିଛନ୍ତି । ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଏମିତିକି ହାଇକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ, ଏମିତି ମାମଲା ଆସିଲେ ତୁରନ୍ତ ପଦକ୍ଷେପ ନିଅ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପଂଚାୟତରାଜ ବିଭାଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲା, ମାମଲା ଆସିଲେ କାର୍ଯ୍ୟାନୁଷ୍ଠାନ ନିଅ । ହେଲେ ଏବେ ଖୋଦ ରାଜ୍ୟପାଳଙ୍କ ସଭାରେ ପ୍ରକ୍ସି ଘଟଣା ସାମ୍ନାକୁ ଆସିଥିବାରୁ କେଉଁ କାର୍ଯ୍ୟାନୁଷ୍ଠାନ ଦଳ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Odisha Governor Raghubar Das | Argus English