Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ

Odisha

ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ

ପୁରୀ:  ଏସଆଇ ଖୋଲିଲା ଶ୍ରୀମନ୍ଦିର ପ୍ରଶାସନର ପୋଲ୍। ଦୁଇଦୁଇଥର ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଏଏସଆଇ କରିଥିଲା ଆବେଦନ। 2018 ଓ 2022ରେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସଆଇ ଆବେଦନ କରିଥିବା ସୂଚନା ଦେଇଛନ୍ତି ଏଏସଆଇ ଓଡିଶା ମୁଖ୍ୟ ଜି.ବି ଗଡନାୟକ। ତେବେ କାହିଁକି ରାଜ୍ୟ ସରକାର ଭିତରର ରତ୍ନଭଣ୍ଡାର ଯାଞ୍ଚ କରାଉନାହାନ୍ତି। କାହିଁକି ଏଏସଆଇକୁ ରତ୍ନଭଣ୍ଡାର ଭିତରକୁ ଯିବାକୁ ମିଳୁନି ଅନୁମତି। ରତ୍ନଭଣ୍ଡାର ଖୋଲିଲେ ରତ୍ନଗଣତି ଡ଼ର ଘାରୁଛି କି ସରକାରଙ୍କୁ।

ରତ୍ନ ଭଣ୍ଡାର ଅସୁରକ୍ଷିତ ସ୍ଥିତିରେ ଥିବା ପୂର୍ବରୁ ଜଣାଥିଲେ ମଧ୍ୟ ଖାଲି ବାହାର କାନ୍ଥ ସ୍କାନିଂ କରି ଜାଣିଶୁଣି ସମୟ ଗଡ଼ାଉଥିବାର ଅଭିଯୋଗ ପରେ ଏବେ ଏ ସତ ସରକାରଙ୍କୁ ପକାଇଛି ହରଡ଼ଘଣାରେ। ତେବେ ଆଜି ଲେଜର ସ୍କାନିଂ ଶେଷ ହେବାକୁ ଥିବାବେଳେ ପ୍ରଥମ ଦିନରେ ରତ୍ନଭଣ୍ଡାର ବାହର କାନ୍ଥର ଲେଜର୍ ସ୍କାନିଂ ପ୍ରକ୍ରିୟା ଶେଷ ହୋଇଛି। ଆଜି ବାହାର ପାର୍ଶ୍ବର ଉତ୍ତର ଭାଗରେ ସ୍କାନିଂ ଚାଲିଛି। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Why is the state government not inspecting the ratnabhandar? | Argus English