Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ ?

Odisha

କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ ?

Banajyotshna Ray
Browse all articles by Banajyotshna Ray
·2 years ago·2 min read
କାର୍ଯ୍ୟକାରିଣୀ ବୈଠକକୁ କାହିଁକି ଆସିଲେନି ସୁଶାନ୍ତ ?

ଅର୍ଗସ ବ୍ୟୁରୋ: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ରେ ସୁଶାନ୍ତ ଅନୁପସ୍ଥିତ । ଅସନ୍ତୋଷ ନା ଅସୁସ୍ଥତା କେଉଁ କାରଣ ପାଇଁ କାର୍ଯ୍ୟକାରୀଣିକୁ ଆସିଲେନି ଭଟଲି ବିଧାୟକ ସୁଶାନ୍ତ ସିଂ ତାକୁ ନେଇ ଚର୍ଚ୍ଚା ଜୋର । କୁହାଯାଉଛି ସମର୍ଥକ ମାନଙ୍କ ଦ୍ବାରା ଥାନା ଭଙ୍ଗାରୁଜା ସୁଶାନ୍ତଙ୍କୁ ମହାଙ୍ଗା ପଡିଛି । ନିର୍ବାଚନକୁ ଆଖି ଆଗରେ ରଖି ସୁଶାନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନିଆ ଯାଉଥିଲେ ବି ଖୁସି ନାହାନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ପୋଲିସ ପ୍ରଶାସନ ବିରୁଦ୍ଧରେ ସୁଶାନ୍ତ ଦେଇଥିବା ମନ୍ତବ୍ୟକୁ ନେଇ କାଳେ ଖପ୍ପା ଅଛନ୍ତି ହାଇକମାଣ୍ଡ ।  ପୋଲିସ ମଦ ପିଇ ଡ୍ୟୁଟି କରୁଛି, ବନ୍ଧୁକ ଦେଖାଇ ଗୁଣ୍ଡା ଗର୍ଦ୍ଦି କରୁଛି ସୁଶାନ୍ତଙ୍କ ଏପରି ସଙ୍ଗୀନ ଅଭିଯୋଗ ଆଣି ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ସୁଶାନ୍ତ । ଯାହାକି ସୁଶାନ୍ତଙ୍କ ପାଇଁ ଥିବା ସୁପ୍ରିମୋଙ୍କ ରାଗକୁ ପଞ୍ଚମରେ ପହଞ୍ଚାଇଛି । ତେବେ ଏସବୁ ପରେ ବି ସୁଶାନ୍ତଙ୍କ ବିରୋଧରେ ଦଳ ନେଇନାହିଁ ଆକସନ୍, ଥାନା ଭାଙ୍ଗିଥିବା ବିଜେଡି ନେତାଙ୍କୁ ବି ଗିରଫ କଲାନାହିଁ ପୋଲିସ, ବେଲରେ ଆସିଥିବା ଥାନା ଭାଙ୍ଗିଥିବା ଅଭିଯୁକ୍ତଙ୍କ ସହ ଫଟୋ ଉଠାଇ, ଅପରାଧୀଙ୍କ ସପକ୍ଷରେ ବାହାରିଛନ୍ତି ସୁଶାନ୍ତ। ତେବେ କାର୍ଯ୍ୟକାରଣୀରେ ସୁଶାନ୍ତଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ବଢୁଛି। ଏବେ ଶୁଣନ୍ତୁ ସମର୍ଥକ ମାନେ ଥାନା ଭଙ୍ଗାରୁଜ୍ଜା କରିବା ପରେ ସେଦିନ କଣ କହିଥିଲେ ସୁଶାନ୍ତ । 

ପୂର୍ବରୁ ବି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନ ମିଳିବାକୁ ନେଇ ସିଧାସଳଖ ସୁପ୍ରୋଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସୁଶାନ୍ତ । ସମର୍ଥକ ମନାଙ୍କୁ ଲଗାଇ ଦଳ ଛାଡିବାର ବି ଦେଇଥିଲେ ଧମକ । ତେବେ ପରେ ନବୀନ ନିବାସରୁ ତାଗିଦ ପରେ ଶଙ୍ଖ ଭବନରେ ସଙ୍ଗଠନ ସମ୍ପାଦକକୁ ନେଇ ବସିଥିଲା ବୈଠକ । ଯେଉଁଥିରେ ସୁଶାନ୍ତ ସୁନ୍ଦରଗଡକୁ ଛାଡି ପଶ୍ଚିମ ଓଡିଶାର ୯ ଟି ଜିଲ୍ଲା ଦାୟିତ୍ୱ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଇଥିବା କହିଥିଲେ ସୁଶାନ୍ତ । (ବାଇଟ) ମାତ୍ର ଦୁଇ ଦିନ ଧରି ନବୀନ ନିବାସ ଠୁ ନେଇ ଶଙ୍ଖ ଭବନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାର ନେତାଙ୍କୁ ଚାଲିଥିବା ମାରାଥାନ ବୈଠକରେ ବି ଉପସ୍ଥିତ ରହି ନାହାନ୍ତି ସୁଶାନ୍ତ ।

କାର୍ଯ୍ୟକାରୀଣି ପରେ ଦଳର ପଶ୍ଚିମ ଓଡିଶା ରଣନୀତି ବୈଠକରେ ବି ସୁଶାନ୍ତଙ୍କ ଅନୁପସ୍ଥିତି ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।କେବଳ ସୁଶାନ୍ତ ନୁହଁନ୍ତି କାର୍ଯ୍ୟକାରିଣୀ ବୈଠକରେ ବି ସାମିଲ ହୋଇ ନଥିଲେ କେନ୍ଦ୍ରାପଡା ସାଂସଦ ତଥା ବିବାଦୀୟ ନେତା ଅନୁଭବ ମହାନ୍ତି । ଅରିନ୍ଦମ ରାୟ ଓ ଆକାଶ ଦାସ ନାୟକ ବୈଠକରେ ଯୋଗ ଦେଇଥିବା ବେଳେ ଅନୁଭବ କାହିଁକି ଆସିଲେନି ତାକୁ ନେଇ ବି ଅନେକ ଚର୍ଚ୍ଚା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Why didn't Sushant come to work? | Argus English