ପିଏମଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ ମାମଲାରେ କାହିଁକି ଚୁପ୍ ବିଜେଡି ?

ଅର୍ଗସ ବ୍ୟୁରୋ: ଲକ୍ଷା ଦ୍ୱୀପର ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଗୁରୁତ୍ବ ବଢାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଯେତେବେଳେ ସାରା ଦେଶରୁ ପ୍ରଶଂସା କରାଯାଉଛି। ସେତେବେଳ ସାମ୍ନାକୁ ଆସିଛି ବିଜେଡିର ଘୃଣ୍ୟ କାରନାମା। ପ୍ରଧାନମନ୍ତ୍ରୀଙ୍କ ଲକ୍ଷା ଦ୍ବୀପ ଗସ୍ତ ବେଳର ଫଟୋ ସହ ଆପତ୍ତି ଜନକ ପୋଷ୍ଟ କରିଛନ୍ତି କିଛି ବିଜେଡି ନେତା। ବିଜେଡି ଓଡ଼ିଶା ନାଁରେ ଫେସବୁକ୍ ଆକାଉଣ୍ଟରୁ ପିଏମଙ୍କ ବିରୋଧରେ ଏହି ଅଭଦ୍ର ଟିପ୍ପଣୀ କରାଯାଇଛି। ଏହା ବିରୋଧରେ ବିଜେପି ପକ୍ଷରୁ ବୁଧବାର ଭୁବନେଶ୍ବର ସାଇବର ଥାନାରେ ଏତଲା ଦିଆଯାଇଥିଲା। ଘଟଣାକୁ 24 ଘଣ୍ଟା ବିତିଲାଣି ହେଲେ କିନ୍ତୁ ବର୍ତ୍ତମାନ ଯାଏ ବିଜେଡି ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ ସାମ୍ନାକୁ ଆସିନାହିଁ। ମୌନେ ସମ୍ମତି ଲକ୍ଷଣ ନ୍ୟାୟରେ ବିଜେଡି ସ୍ବୀକାର କରୁଛି କି ଯେ ଦଳ ଏପରି କାର୍ଯ୍ୟ କରିଛି ବୋଲି ?
ସେପଟେ ସାଇବର ଥାନା ପୋଲିସ କହୁଛି ମେଟା ପ୍ଲାଟଫର୍ମକୁ ଡିଜିଟାଲ ଦସ୍ତାବିଜ ପଠାଯାଇଛି। ମେଟାରୁ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ମିଶନ ଶକ୍ତି ସ୍କୁଟି ଯୋଜନାର ବିଫଳତା ନେଇ ସୋସିଆଲ ମିଡିଆରେ ପ୍ରଶ୍ନ କରିବାରୁ "ହେଇଟି ଭାଇନା" X ଆକାଉଣ୍ଟର ସଦସ୍ୟ ସଂଗ୍ରାମ ପାତ୍ରଙ୍କୁ ଗିରଫ କରିଥିଲା ସମ୍ବଲପୁର ପୋଲିସ। ସେହିପରି ଫେସବୁକ୍ ଆକାଉଣ୍ଟ ସୋସିଆଲ ଟକ୍ ରେ ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ କ୍ରୀତଦାସ ମନ୍ତବ୍ୟକୁ ନେଇ ସମାଲୋଚନା କରିବାରୁ ପ୍ରକାଶ ନାୟକଙ୍କୁ ଗିରଫ କରିଥିଲା ପୋଲିସ। ସେତେବେଳ ମେଟା ରିପୋର୍ଟକୁ ଅପେକ୍ଷା କରିଥିଲା କି ଓଡ଼ିଶା ପୋଲିସ ? କିନ୍ତୁ ଏଠାରେ ଖଦ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅରୁଚିକର ଟିପ୍ପଣୀ କରିଛନ୍ତି ବିଜେଡି ନେତା। ଏବେ କାହିଁକି ମେଟାର ବାହାନା ନେଉଛି ସାଇବର ଥାନା ପୋଲିସ। ମାମଲାକୁ ରଫାଦଫା କରିବାକୁ ହେଉଛି କି ଷଡ଼ଯନ୍ତ୍ର ?
ପ୍ରଧାନମନ୍ତ୍ରୀ ହେଉଛନ୍ତି 140 କୋଟି ଭାରତୀୟଙ୍କ ନେତା। ତାଙ୍କୁ ଅପମାନ ଅର୍ଥ ଭାରତୀୟ ଓ ଭାରତକୁ ଅପମାନ। ପିଏମ୍ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କଲେ ବୋଲି ମାଳଦ୍ବୀପ ତାର 3 ମନ୍ତ୍ରୀଙ୍କୁ ନିଲମ୍ବନ କରିଦେଲା। କିନ୍ତୁ ନିଜ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ କରାଯାଉଛି ଅପମାନ ଅର୍ଥାତ କାର୍ଯ୍ୟନୁଷ୍ଠାନ ନେବା ବଦଳରେ ମଜା ନେଉଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନିଜ ଦଳର ନେତାଙ୍କୁ ଯେଉଁ ଭଦ୍ର ଓ ନମ୍ରତାର ପାଠ ପଢାଇଥିଲେ ତାର ଏହିପରି ପାଳନ କରୁଛନ୍ତି କି ବିଜେଡି ନେତା ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: