Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିରଙ୍କୁ ଅଣାଗଲା: ବିଜୟ ପଟ୍ଟନାୟକ

Odisha

ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିରଙ୍କୁ ଅଣାଗଲା: ବିଜୟ ପଟ୍ଟନାୟକ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିରଙ୍କୁ ଅଣାଗଲା: ବିଜୟ ପଟ୍ଟନାୟକ

ଅର୍ଗସ ବ୍ୟୁରୋ: ବଢୁଛି କାମିଆ-ଗୋମାଂସ-ଶ୍ରୀମନ୍ଦିର-ପାଣ୍ଡିଆନ ବିବାଦ । ଗୋମାଂସ ଭକ୍ଷଣ କରୁଥିବା ଜଣେ ମହିଳାଙ୍କୁ କାହିଁକି ଶ୍ରୀମନ୍ଦିରଙ୍କୁ ଅଣାଗଲା। ମୁଖ୍ୟମନ୍ତ୍ରୀ ଜଣେ ବିବାଦୀୟ ମହିଳାଙ୍କୁ ମହାପ୍ରସାଦ ପ୍ରଚାର ପାଇଁ ଡାକିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସମ୍ମୁଖରେ କ୍ଷମା ମାଗନ୍ତୁ। ନଚେତ୍ କଂଗ୍ରେସ ଚରମ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

ମହାପ୍ରସାଦ କୋଟି କୋଟି ହିନ୍ଦୁ ଓ ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ଏହାକୁ କେହି ପ୍ରଚାର କରିବା ଆବଶ୍ୟକ ନାହିଁ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଲଳିତେନ୍ଦୁ ଲେଖିଛନ୍ତି କୌଣସି ବ୍ୟକ୍ତି ବା ଦଳ ଜଗନ୍ନାଥ ସଂସ୍କୃତିଠାରୁ ଉର୍ଦ୍ଧ୍ୱରେ ନୁହନ୍ତି । କାମିଆ ଗୋମାଂସର ପ୍ରଚାର କରିଛନ୍ତି ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ ? ଏକଥା ଜାଣି ମଧ୍ୟ କେମିତି ଓ କାହିଁକି କାମିଆଙ୍କୁ ପାଣ୍ଡିଆନ୍ ନିମନ୍ତ୍ରଣ କଲେ ? ସେପଟେ ଏହି ପ୍ରସଙ୍ଗରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଲେଖିଛନ୍ତି କାମିଆ ଜାନିଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରସାଦ ସେବନ କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ କଷ୍ଟ ଦେଇଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଜଗନ୍ନାଥ ଠିକ୍ ଦଣ୍ଡ ବିଧାନ କରିବେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why a beef-eating woman was brought to the temple: Bijay Patnaik | Argus English