Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାପାଙ୍କ ବଦଳରେ ପୁଅକୁ ସୁରକ୍ଷା

Odisha

ବାପାଙ୍କ ବଦଳରେ ପୁଅକୁ ସୁରକ୍ଷା

Jitendra Dash
Browse all articles by Jitendra Dash
·2 years ago·2 min read
ବାପାଙ୍କ ବଦଳରେ ପୁଅକୁ ସୁରକ୍ଷା

ରାଜ୍ୟ ବଡ଼ ନା ପରିବାର ବଡ଼ ?
ମନ୍ତ୍ରୀ ବଡ଼ ନା ପୁଅ ବଡ଼ ?
କାହା ସୁରକ୍ଷା ପାଇଁ ପିଏସ୍‌ଓ ?
 

ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ଆଠଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଧାୟକ ବା ନିର୍ବାଚିତ ଜନପ୍ରତିନିଧିଙ୍କର ସୁରକ୍ଷାକୁ ନେଇ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଆଠଗଡ଼ ବିଧାୟକ । ନିର୍ବାଚିତ ବିଧାୟକଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଛନ୍ତି ବ୍ୟକ୍ତିଗତ ସୁରକ୍ଷା କର୍ମୀ ବା ପିଏସଓ । ହେଲେ ସେମାନେ କାହାକୁ ସୁରକ୍ଷା ଦେଉଛନ୍ତି ତାହାକୁ ନେଇ ଚର୍ଚ୍ଚା । ଚର୍ଚ୍ଚା ଏଇଥି ପାଇଁ ହେଲା ଯେତେବେଳେ ସରକାରୀ ନିୟମକୁ ଖାତିର ନକରି ବାପାଙ୍କ ବଦଳରେ ପୁଅକୁ ସୁରକ୍ଷା ଦେଲେ ସୁରକ୍ଷାକର୍ମୀ ।

ଆଜି ପାଳନ ହେଉଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଏହି ଅବସରରେ ଆଜି ତିଗିରିଆରେ ପାଳନ ହେଉଥିଲା ବିଜେଡିର ପ୍ରତିଷ୍ଠା ଦିବସ । ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରାଜା ସ୍ବାଇଁଙ୍କର ଦେଖା ତ ନଥିଲା । କିନ୍ତୁ କାରରେ ଆସିଥିଲେ ତାଙ୍କ ପୁଅ ଆଦିତ୍ୟ ପ୍ରତାପ ସ୍ବାଇଁ । ଏମିତି ସମୟରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦେଖିବାକୁ ମିଳିଥିଲା ତାଙ୍କ ପୁଅ ପାଖରେ । ପୁଅ ଦୌଡୁ ଥିଲେ ତା ସାଙ୍ଗରେ ଦୌଡୁଥିଲେ ବ୍ୟକ୍ତିଗତ ସୁରକ୍ଷା କର୍ମୀ ନାରାଣ ଦାସ । ଏ ବାବୁ ଜଣଙ୍କ କେବଳ ଏଇ କାମ କରନ୍ତି ନା ପରିବାରର ଆଉ କିଛି କାମ କରନ୍ତି ? ଯାହାକୁ ନେଇ ବିଜେପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସୁରକ୍ଷା କର୍ମୀଙ୍କ ବହିସ୍କାର ଦାବି କରିଛନ୍ତି ବିଜେପି ନେତା ଅଭୟ କୁମାର ବାରିକ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଠି ମନ୍ତ୍ରୀ ନାହାନ୍ତି କିନ୍ତୁ ମନ୍ତ୍ରୀଙ୍କୁ ଅସୁରକ୍ଷିତ ଛାଡି ଦେଇ ପୁଅ ସେବାରେ ଲାଗିଛନ୍ତି ସୁରକ୍ଷା କର୍ମୀ । ଏହା ମଧ୍ୟରେ ଯଦି କିଛି ଘଟଣା ଅବା ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ? ସରକାରୀ ଚାକିରି ଅଧିନିୟମର ଖୋଲାଖୋଲି ଉଲଂଘନ କରୁଥିବା ଏହି କର୍ମଚାରୀଙ୍କ ପାଇଁ ସରକାର କି ପ୍ରକାରର ପଦକ୍ଷେପ ନେବେ । ପ୍ରତିକଥାରେ ୫ଟି କଥା କହୁଥିବା ରାଜ୍ୟ ସରକାର ଏଭଳି ଏକ ସମ୍ବେଦନଶୀଳ ଘଟଣା ଉପରେ, ଏହି କର୍ମଚାରୀଙ୍କ ଉପରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା ଉପରେ ରହିବସମସ୍ତଙ୍କ ନଜର ।

ଓଡ଼ିଶା ଦେଖିଛି ଜଣେ ସଚିବଙ୍କ ଗସ୍ତ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଚିତ୍ର । ତାପରେ ମଧ୍ୟ କାଳିମାଡ ଏବଂ ଅଣ୍ଡାମାଡ ନୂଆକଥା ହୋଇନାହିଁ । ସୁରକ୍ଷା ବଳୟକୁ ଭେଦି ମନ୍ତ୍ରୀଙ୍କୁ ହତ୍ୟା ହେଉ ବା ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ସବୁ ପରେ ମଧ୍ୟ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବା ସରକାର ଆଠଗଡ଼ ଘଟଣାରେ କି ପ୍ରକାର ପଦକ୍ଷେପ ନେବେ । 
 

Sponsored
Whose protection is PSO? | Argus English