|
logo
Live

Argus News -  ବାଡେଇବାର ଅଧିକାର କିଏ ଦେଲା : ସାମ୍ବାଦିକା

Odisha

 ବାଡେଇବାର ଅଧିକାର କିଏ ଦେଲା : ସାମ୍ବାଦିକା

Manini Pattanayak
Browse all articles by Manini Pattanayak
·2 years ago·1 min read
 ବାଡେଇବାର ଅଧିକାର କିଏ ଦେଲା : ସାମ୍ବାଦିକା

 ଭୁବନେଶ୍ୱର: ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକ ଟୁଟୁ ନାୟକଙ୍କ ଆକ୍ରମଣ। ମହିଳା ସାମ୍ବାଦିକଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷାରେ ଗାଳି କରିଥିଲେ।  ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି  ନିଜେ ସାମ୍ବାଦିକା ଦେବସ୍ମିତା।  ଟୁଟୁ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି  କାନ୍ଦି କାନ୍ଦି ଦେବସ୍ମିତା  କହିଛନ୍ତି।

 ଭୁବନେଶ୍ଵରର ଏକ ସିନେମା ହଲ୍‌କୁ ନ୍ୟୁଜ୍ ସଂଗ୍ରହ ପାଇଁ ଯାଇଥିଲେ ସାମ୍ବାଦିକା। ପାଖକୁ ଆସି ହଠାତ୍ ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ସହ ଖରାପ ଭାଷା ପ୍ରୟୋଗ କରିଥିଲେ। ବୁମ୍ ଉଠାଇଥିବା ବେଳେ ପୁଣି ସାମ୍ବାଦିକାଙ୍କୁ ପିଠିକୁ ଜୋର୍‌ରେ ପିଟିଲେ। ଟୁଟୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାମ୍ବାଦିକା। ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି । ମାନସିକ ଆଘାତ ପାଇବା ସହ ନିଜକୁ ଅସୁରକ୍ଷିତ ମଣୁଛି କହିଲେ ସାମ୍ବାଦିକା। ଟୁଟୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକାଙ୍କ ଦାବି। ସେପଟେ ପ୍ରଶ୍ନ ଉଠୁଛି ଟୁଟୁ କାହା ବଳରେ ବଳିୟାନ ହୋଇ ଏଭଳି ଦାଦାଗିରି କରୁଛନ୍ତି। 

ଅଧିକ ପଢନ୍ତୁ : 
ସାମ୍ବାଦିକାଙ୍କ ପିଠିକୁ ଜୋର୍‌ରେ ପିଟିଲେ ଟୁଟୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
 ବାଡେଇବାର ଅଧିକାର କିଏ ଦେଲା : ସାମ୍ବାଦିକା | Argus English