କାର୍ ଯୋଗେ ନେଉଥିବାବେଳେ ନାବାଳିକାକୁ ଛାଡି ଫେରାର୍ ମାରିଥିଲେ ଅଭିଯୁକ୍ତ
·2 years ago·1 min read

ଅର୍ଗସ ବ୍ୟୁରୋ: ଦେବଗଡ଼ରୁ ଅପହୃତା ନାବାଳିକା ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରୁ କୁନି ଝିଅକୁ ଉଦ୍ଧାର କରିଛି ପୋଲିସ୍ । ଏକ କାର୍ ଯୋଗେ ନେଉଥିବାବେଳେ ନାବାଳିକାକୁ ବଡ଼ଗାଁ ନିକଟରେ ଛାଡି ଫେରାର୍ ମାରିଥିଲେ ଅଭିଯୁକ୍ତ । ପରେ ଅପହୃତ କୁନି ଝିଅକୁ ପୋଲିସ ଉଦ୍ଧାର କରିଥିଲା । କୁନି ଝିଅଟି ସୁରକ୍ଷିତ ଥିବା ପୋଲିସ ସୂଚନା ଦେଇଛି । ଗତକାଲି ଦେବଗଡ଼ ସହର ଭିତରେ ଘର ସମ୍ମୁଖରୁ ଆଈ କୋଳରୁ ୬ ବର୍ଷୀୟା ନାତୁଣୀକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ l
କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ଭାଇ ଭାଇ ଲୁଗା ଦୋକାନର ମାଲିକ ଆଲୋକ ଅଗ୍ରୱାଲଙ୍କ ୬ ବର୍ଷୀୟା କନ୍ୟା ପିହୁ ଅଗ୍ରୱାଲଙ୍କୁ ଅପହରଣ କରି ନେଇଥିଲେ । ତେବେ କିଏ ସେ ଅପହରଣକାରୀ, କେଉଁ ଉଦ୍ଦେଶ୍ୟରେ ନାବାଳିକାଙ୍କୁ ଅପହରଣ କରି ନେଇଯାଉଥିଲେ, ସେ ନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: