କୁଆଡେ ଗଲା ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଶ୍ରୁତି ?

ଅର୍ଗସ ବ୍ୟୁରୋ: ରାଜ୍ୟରେ ବାର୍ଷିକ ଆଳୁ ଚାହିଦା ୧୩.୨୫ ଲକ୍ଷ ମେଟ୍ରିକ ଟନ । କିନ୍ତୁ ଉତ୍ପାଦନ ହେଉଛି ମାତ୍ର ୩.୨୫ ଲକ୍ଷ ମେଟ୍ରିକ ଟନ ଆଳୁ । ଆର୍ଥାତ ବାର୍ଷିକ ଚାହିଦାର ମାତ୍ର ୨୫ ପ୍ରତିଶତ ଆଳୁ ରାଜ୍ୟରେ ଉତ୍ପାଦିତ ହେଉଛି । ତେଣୁ ପ୍ରତି ବର୍ଷ ଆଳୁ ଚାହିଦା ମେଣ୍ଟାଇବା ପାଇଁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ କରିଥାନ୍ତି ସରକାର । ଆଳୁ ଚାଷ ପାଇଁ ହେକ୍ଟର ପିଛା ୫୮ ହଜାର ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ହେଲେ ଆଳୁ ରଖିବା ପାଇଁ ଆବଶ୍ୟକ ମୁତାବକ ଶୀତଳ ଭଣ୍ଡାର କିମ୍ବା ସଂରକ୍ଷଣ ଗୃହ ନଥିବାରୁ ଆଳୁ ଚାଷ ବନ୍ଦ କରି ଦେଲେଣି ରାଜ୍ୟର ଅଧିକାଂଶ ଚାଷୀ । କୋରାପୁଟ ପଟାଙ୍ଗୀ ଅଞ୍ଚଳରେ ଏବେ ଅମଳ ହେଉଛି ଆଳୁ। ହେଲେ ବଜାର ସୁବିଧା କି ଶୀତଳ ଭଣ୍ଡାର ନ ଥିବାରୁ ପଶ୍ଚିମବଙ୍ଗ ବ୍ୟବସାୟୀଙ୍କୁ କମ ଦରରେ ଆଳୁ ବିକିବାକୁ ବାଧ୍ୟ ହେଉଛି ଚାଷୀ।
ରାଜ୍ୟରେ ବାର୍ଷିକ ପିଆଜ ଚାହିଦା ୩.୫୫ ଲକ୍ଷ ମେଟ୍ରିକ ଟନ୍ । ଆଉ ଉତ୍ପାଦନ ହେଉଛି ୩.୬୮ ଲକ୍ଷ ମେଟ୍ରିକ ଟନ ପିଆଜ । ତେବେ ପିଆଜ ସାଇତି ରଖିବା ପାଇଁ ରାଜ୍ୟରେ ମାତ୍ର ୧ ଲକ୍ଷ ୮୩ ହଜାର ୨୫ ମେଟ୍ରିକ ଟନ କ୍ଷମତାର ସଂରକ୍ଷଣ ଗୃହ ଅଛି । ତେଣୁ ପର୍ଯ୍ୟାପ୍ତ ପରିମାଣର ସଂରକ୍ଷଣ ଗୃହ ଅଭାବରୁ ଚାହିଦା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ବର୍ଷର ଅଧିକାଂଶ ସମୟରେ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡିଶା । ବର୍ତ୍ତମାନ ରାଜ୍ୟରେ କେବଳ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଅଛି । ଆଉ ଏଗୁଡିକର ସଂରକ୍ଷଣ କ୍ଷମତା ମାତ୍ର ୧ ଲକ୍ଷ ୭୯ ହଜାର ୭୦୦ ମେଟ୍ରିକ ଟନ୍ । ତେବେ କେବଳ ଆଳୁ କି ପିଆଜ ନୁହେଁ, ଚାଉଳକୁ ଛାଡି ଦେଲେ ଅନେକ ଖାଉଟି ସାମଗ୍ରୀର ଚାହିଦା ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି ଓଡିଶା । ଏପିରିକି ୪୮୦ କିମି ଦୀର୍ଘ ସମୁଦ୍ର ବେଳା ଭୂମି ଥିବା ସତ୍ତ୍ଵେ ଲୁଣ ପାଇଁ ମଧ୍ୟ ଓଡିଶା ଅନ୍ୟ ରାଜ୍ୟର ହାତ ଟେକା ଭରଷାରେ ରହୁଛି ।
କେବଳ ଗ୍ରାଫିକ୍ସ- ଭିଓ ହେବନି -ବିଧାନସଭା କାଗଜ ବି ଦେଖାଯିବ
୧. ଗହମ - ଉତ୍ତର ପ୍ରଦେଶ, ଛତିଶଗଡ ଏବଂ ବିହାରରୁ ଆସୁଛି ।
୨. ଡାଲି - ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମ ବଙ୍ଗ
୩. ଖାଇବା ତେଲ - ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ପଶ୍ଚିମ ବଙ୍ଗ
୪. ଚିନି - ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ
୫. ଆଳୁ - ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ
୬. ପିଆଜ - ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ, ପଶ୍ଚିମ ବଙ୍ଗ
୭. ଲୁଣ - ଗୁଜୁରାଟ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶରୁ ଆମଦାନୀ କରୁଛି ଓଡିଶା ।
📱 Get Argus News App
✨ସବୁ ବ୍ଲକରେ ଶୀତଳ ଭଣ୍ଡାର ତିଆରି କରାଯିବ ବୋଲି ୨୦୧୪ ନିର୍ବାଚନୀ ଇସ୍ତହାରରେ ପ୍ରତିଶ୍ରୁତି ଦେଇଥିଲା ବିଜେଡି । କିନ୍ତୁ ସବୁ ବ୍ଲକ କଥା ଛାଡନ୍ତୁ । ରାଜ୍ୟର ମାତ୍ର ୧୯ଟି ଜିଲ୍ଲାରେ ୩୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ସ୍ଥିତିରେ ଅଛନ୍ତି ବୋଲି ସରକାର ଦେଇଥିବା ତଥ୍ୟ ହିଁ ବଖାଣୁଛି କଥା ଓ କାମରେ କେତେ ରହିଛି ଫରକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: