|
logo
Live

Argus News - କେବେ ଖୋଲିବ ରତ୍ନଭଣ୍ଡାର, ସମୟ ପରେ ସମୟ ମାଗୁଛନ୍ତି ରାଜ୍ୟ ସରକାର

Odisha

କେବେ ଖୋଲିବ ରତ୍ନଭଣ୍ଡାର, ସମୟ ପରେ ସମୟ ମାଗୁଛନ୍ତି ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
କେବେ ଖୋଲିବ ରତ୍ନଭଣ୍ଡାର, ସମୟ ପରେ ସମୟ ମାଗୁଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ପରିକ୍ରମା ପ୍ରକଳ୍ପକୁ ଗୁରୁତ୍ୱ ଦେଲେ ଅଥଚ ରତ୍ନଭଣ୍ଡାର ପ୍ରସଙ୍ଗରେ ସମୟ ମାଗିଲେ ରାଜ୍ୟ ସରକାର। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟକୁ ସାର୍ବଜନୀନ କରିବାକୁ ଆହୁରି ଦୁଇରୁ ତିନି ଦିନର ସମୟ ଲୋଡ଼ିଛନ୍ତି ରାଜ୍ୟ ସରକାର।  ଏଥିପାଇଁ କୋର୍ଟ ମଧ୍ୟ ସରକାରଙ୍କୁ ମହଲତ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ଦିଲ୍ଲୀପ ବରାଳଙ୍କ ପକ୍ଷରୁ ଦାଖଲ ଜନସ୍ୱାର୍ଥ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଅନୁପ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ତେବେ ପୂର୍ବରୁ ଜୁଲାଇ ୦୧, ୨୦୨୩ ରେ ଜଷ୍ଟିସ ରଘୁବୀର ଦାସ ତଦନ୍ତ କମିଶନ ରିପୋର୍ଟ ସ୍ଥିତି ସମ୍ପର୍କରେ ଜଣେଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେତେବେଳେ ରାଜ୍ୟ ସରକାର ଅଧିକ ସମୟ ନେଇଥିଲେ। ଏହା ପରେ ହୋଇଥିବା ପ୍ରତ୍ୟେକ ଶୁଣାଣୀ ସମୟରେ ରାଜ୍ୟ ସରକାର ସମୟ ଲୋଡ଼ି ଚାଲିଥିଲେ। ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ତତ୍ପରତା ଦେଖାଇଥିବା ସରକାର କାହିଁକି ରତ୍ନଭଣ୍ଡାର ପ୍ରସଙ୍ଗରେ ସମୟ ଗଡ଼ାଉଛନ୍ତି ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କେବେ ଖୋଲିବ ରତ୍ନଭଣ୍ଡାର, ସମୟ ପରେ ସମୟ ମାଗୁଛନ୍ତି ରାଜ୍ୟ ସରକାର | Argus English