Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ? 

Odisha

ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ? 

Manini Pattanayak
Browse all articles by Manini Pattanayak
·2 years ago·2 min read
ପୁରୀ ଖଜାକୁ କେବେ ମିଳିବ ମାନ୍ୟତା ? 

ପୁରୀ: ଓଡ଼ିଶାର  ଏବଂ ପୁରୀର ପରିଚୟ ଖଜା।  ଯିଏ ପୁରୀ ଆସିଛି ଜଗା ଦର୍ଶନ ପାଇଁ ସେଏ ଖଜା ନ ନେଇ ଫେରେନା।ଜଗା ସହ ଖଜାର ନିବିଡ ସମ୍ପର୍କ ।  ଜଗାର ଭୋଗ ଡାଲାରେ  ଖଜା ନରିଲେ   ଭୋଗ  ଡାଲା ଖାଲି ଖାଲି ଲାଗେ। ଶ୍ରୀକ୍ଷେତ୍ରର ଛପନ ଭୋଗର ଅଂଶବିଶେଷ ହେଉଛି ଖଜା ।  ବହୁ  ପ୍ରାଚୀନ ସମୟରୁ  ଓଡ଼ିଶାରେ ଖଜାର ଏକ ସ୍ୱତନ୍ତ୍ର ସ୍ଥାନ  ରହିଆସିଛି। ପୁରୀ ଖଜାର ରୁପ ,ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀ ନିମନ୍ତେ ରହିଛି ସ୍ଵତନ୍ତ୍ର ଲୋକପ୍ରିୟତା ।  କିନ୍ତୁ ବିହାରକୁ ଖଜା ପାଇଁ ଜିଆଇ ଟ୍ୟାଗ ମିଳିଥିବା ବେଳେ ପୁରୀ ଖଜାକୁ ମିଳିନି ଜିଆଇ ଟ୍ୟାଗ।  ତେଣୁ ଯଥାଶିଘ୍ର  ପୁରୀ ଖଜାକୁ ଯିଆଇଟ୍ୟାଗ ମିଳୁ ବୋଲି ଦାବି କରିଛନ୍ତି  ବ୍ୟବସାୟୀ,ସେବାୟତ ଓ ବୁଦ୍ଧିଜୀବି।  ବିହାର ଖଜାକୁ ଜିଆଇ ଟ୍ୟାଗ କିନ୍ତୁ  ପୁରୀ ଖଜାକୁ ମିଳି ନାହିଁ ଜିଆଇଟ୍ୟାଗ।  ଏଥିପାଇଁ  ରାଜ୍ୟ ସରକାରଙ୍କ ଆନ୍ତିରିକତା ଅଭାବ  ଅଥବା ମନୋବଳ ଦୁର୍ବଳ ସକାଶେ  ବିହାରକୁ ମିଳିଲା ଜିଆଇ ଟ୍ୟାକ କିନ୍ତୁ ଓଡ଼ିଶାକୁ ମିଳିଳାନି ।  ଖଜା ପାଇଁ   ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିବା ନେଇ ରାଜ୍ୟ ସରକାର ପ୍ରଚେଷ୍ଟା କରିବାକୁ ସେବାୟତ କହିଛନ୍ତି।   ଖଜାକୁ କିଏ କିଏ ତାକୁ ଫେଣି ବି କୁହନ୍ତି । ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରର ପରମ୍ପରା  ପରିଚୟ ଭାବରେ ଖଜାର ଆଦୃତି ରହିଛି।  ଓଡ଼ିଶା ବାହାରୁ ମଧ୍ୟ ଲୋକ ଆସି ପୁରୀରୁ ଖଜା ନେଇ ଯାଇଥାନ୍ତି।  ତେବେ ଭକ୍ତ ମଧ୍ୟ  ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳୁ ବୋଲି ଦାବି କରିଛନ୍ତି।  
 
ଖଜାର ତିଆରି ଶୈଳୀ ବି ସ୍ଵତନ୍ତ୍ର ।  ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ।   ଖଜାର ଆଦୃତିକୁ ଦୃଷ୍ଟିରେ ରଖି ଶତାଧିକ ବ୍ୟବସାୟୀ ଖଜା ଉପରେ ନିର୍ଭର କରି ଚଳି ଆସୁଛନ୍ତି ।ହେଲେ ଏଯାଏଁ ନିର୍ମାଣ ( ଗଢା ହେବା ଭିଜୁଆଲ )ହୋଇପାରୁନାହିଁ ଖଜା କ୍ଳଷ୍ଟର। ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା  କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଏହି ଖଜା ଶିଳ୍ପ। ଖଜା ଉଦୌଗୀମାନଙ୍କୁ ନେଇ ଏକ ଶିଳ୍ପପୁଂଜ ଗଠନ କରିବା ପରେ ପଂଜୀକୃତ କରାଯିବ ତେବେ ଯାଇ ଖଜା ଶିଳ୍ପ ପାଇଁ ମିଳିବ ସରକାରୀ ସହାୟତା । ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ବୀମା ସୁବିଧା , ରପ୍ତାନୀ ଯୋଗ୍ୟ ଖଜା ଉଦ୍ୟେଗ ଗଠନ ପାଇଁ ପ୍ରୋତ୍ସାହନ ତଥା ବୈଷୟିକ ପରାମର୍ଶ ଉପରେ ପୂର୍ବରୁ ଆଲୋଚନା ହୋଇଥିଲେ ମଧ୍ୟ ଏଯାଏଁ ବି ସ୍ଥିତି ସୁଧୁରିନି। ସେପଟେ  ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।  ଶ୍ରୀକ୍ଷେତ୍ରରେ ଖଜାକୁ ନେଇ ହଜାର ହଜାର ଲୋକଙ୍କର ଜୀବିକା ସୃଷ୍ଟି ହୋଇଛି ।ଅନେକ ମଧ୍ୟ ଏହି ବ୍ୟବସାୟ ରୁ ଉପକୃତ ହୋଇଛନ୍ତି । ଖଜାକୁ କ୍ଷୁଦ୍ରଶିଳ୍ପ ମାନ୍ୟତା ତ ମିଳିଛି ହେଲେ ଏହାର ମାନରେ ପରିବର୍ତ୍ତନ ହେଲେ ଏହାର ଆଦୃତି ଆହୁରି ବଢ଼ିବା ସହ ସ୍ୱତନ୍ତ୍ରତା ବଜାୟ ରହିବ ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି । 

ଅଧିକ  ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
When will Puri Khaja get the GI tag? | Argus English