Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗିରଫ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ରାଜା ସ୍ୱାଇଁଙ୍କ କି ସମ୍ପର୍କ: ଅଭୟ

Odisha

ଗିରଫ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ରାଜା ସ୍ୱାଇଁଙ୍କ କି ସମ୍ପର୍କ: ଅଭୟ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଗିରଫ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ରାଜା ସ୍ୱାଇଁଙ୍କ କି ସମ୍ପର୍କ: ଅଭୟ

ଅର୍ଗସ ବ୍ୟୁରୋ:  ମନ୍ତ୍ରୀ ରାଜା ସ୍ୱାଇଁଙ୍କ କଲ ଡିଟେଲ୍ସ ଯାଞ୍ଚ ହେଉ। ଗିରଫ ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ସହ ରାଜା ସ୍ୱାଇଁଙ୍କ କି ସମ୍ପର୍କ ବୋଲି ପଚାରିଛନ୍ତି ଅଭୟ ବାରିକ। ପ୍ରେସମିଟରେ ମନ୍ତ୍ରୀ ରାଜାଙ୍କ ପୋଲ୍‌ ଖୋଲିଲେ ବିଜେପି ନେତା ଅଭୟ ବାରିକ। ସାମ୍ୱାଦିକ ସମ୍ମିଳନୀରେ ସାମିଲ ହୋଇ କେଳେଙ୍କାରୀର ପୋଲ୍‌ ଖୋଲିଲେ ମହିଳା। ଅସଦାଚରଣ କରିଥିବା ସୁଶାନ୍ତଙ୍କୁ ଫାଶୀ ହେଲେ ମୋ ଆତ୍ମା ଶାନ୍ତି ପାଇବ ବୋଲି ମହିଳା ଜଣଙ୍କ କହିଛନ୍ତି। ସୁଶାନ୍ତଙ୍କୁ ଖୁସି କଲେ ମାମଲାର ଫୈସଲା ହୋଇଯିବ ଓ ଟଙ୍କା ଫେରିପାଇବ ବୋଲି କହିଥିଲେ। ମହିଳାଙ୍କ ଘରର ବେଡରୁମକୁ ଯାଇ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ।ସେତେବେଳେ ଡିଜି ଓ ଏସପିଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିନଥିବା କହିଲେ। ମିଛ ଦୁଷ୍କର୍ମ ମାମଲା କରି ଛନ୍ଦି ପକାଇବାରେ ମାହିର ହେଉଛନ୍ତି ସୁଶାନ୍ତ। ତିଗିରିଆ ଅଞ୍ଚଳରେ ବେଧଡକ ଗୋଚାଲାଣରେ ମାଫିଆଙ୍କ ସହ ସୁଶାନ୍ତଙ୍କ ସମ୍ପୃକ୍ତି। ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପକେଟକୁ ଯାଉଥିବା ମାଫିଆଙ୍କଠୁ ଆଦାୟ ମୋଟା ଅଙ୍କର ଟଙ୍କା। ଜବ୍‌ ସ୍କାମରେ ସମ୍ପୃକ୍ତି ଥିଲେ ସୁଶାନ୍ତ, ମନ୍ତ୍ରୀଙ୍କ ପାଇଁ ସେ କେଳେଙ୍କାରୀରୁ ଖସିଗଲେ। ସୁଶାନ୍ତଙ୍କ ସହ ରାଜା ସ୍ୱାଇଁଙ୍କ  କଥେବାର୍ତ୍ତାର ସିଡିଆର ଯାଞ୍ଚ ହେଲେ ସତ ଜଣାପଡିବ।

ଲାଞ୍ଚୁଆ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଖୋଲୁଛି କେଳେଙ୍କାରୀର ଗୁମର । ତିଗିରିଆ ଥାନାରେ ଥିବା ସମୟରେ ତାଙ୍କ ନାଁରେ ଆସିଥିଲା ସଂଗୀନ ଅଭିଯୋଗ। ନ୍ୟାୟ ପାଇଁ ଯାଇଥିବା ମହିଳାଙ୍କୁ ଦେଇଥିଲେ ନିର୍ଯାତନା। ଟଙ୍କା ଫେରାଇଦେବା ବାହାନାରେ ଘରେ ପଶି ପୋଲିସ ବାବୁ ସୁଶାନ୍ତ ମହିଳାଙ୍କୁ କରିଥିଲେ ଦୁଷ୍କର୍ମ ଉଦ୍ୟମ । ଧମକାଇଲେ କହିଲେ ଘରେ ବୁଲଡୋଜର ଚଢାଇଦେବି। ଏନେଇ ମହିଳା ଜଣଙ୍କ ଏସପିଙ୍କ ଠାରୁ ଆରମ୍ଭ କରି ଡିଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଅଭିଯୋଗ କଲେ। ହେଲେ ପୋଲିସ ଆକସନ୍ ନେଲା ନାହିଁ । ଓଲଟା ତାଙ୍କର ପ୍ରମୋସନ୍ ହୋଇଥିଲା । ଏମିତି କି ସ୍ଥାନୀୟ ଲୋକେ ବି ଓହ୍ଲାଇଥିଲେ ଆନ୍ଦୋଳନକୁ । ରାୟଗଡ଼ରେ ବି ବ୍ୟଭିଚାରର ଅଭିଯୋଗ ସୁଶାନ୍ତଙ୍କ ନାଁରେ । ଏମିତି କି ଅଶ୍ଲୀଳ ଚାଟିଂର ତାଙ୍କ ଫଟୋ ବି ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ପ୍ରେସମିଟରେ ବିଜେପି ନେତା ଅଭିୟ ବାରିକ ବର୍ଷିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
What is the relationship between Raja swain and arrested Boipariguda IIC Susanta satpathy | Argus English