Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପବିତ୍ର ଦୀପାବଳୀର ଶୁଭକାମନା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ

Odisha

ପବିତ୍ର ଦୀପାବଳୀର ଶୁଭକାମନା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ

Ritu Das
Browse all articles by Ritu Das
·2 years ago
ପବିତ୍ର ଦୀପାବଳୀର ଶୁଭକାମନା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଏହି ଉପଲକ୍ଷେ ବାଲୁକାକଳା ମାଧ୍ୟମରେ ସାରା ଦେଶବାସିଙ୍କୁ ପବିତ୍ର ଦୀପାବଳୀର ଶୁଭ କାମନା ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍ ରେ ବିଶ୍ଵର ସବୁଠାରୁ ବଡ ବାଲିର ଦିପ ତିଆରି କରି ଏକ ନିଆରା ଢଙ୍ଗରେ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ବାଲୁକଳାରେ HAPPY DIWALI ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। 

ଏହି ଅବସରରେ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ପ୍ରତିକୃତି ବାଲୁକା ଚିତ୍ରକଳାରେ ସେ ନିର୍ମାଣ କରିଛନ୍ତି। ଆଗାମୀ ଦିନରେ ରାମ ମନ୍ଦିରର ଭବ୍ୟ ଉଦଘାଟନୀ ସମାରୋହ ଥିବାବେଳେ ଏହି କାର୍ଯ୍ୟ ସଫଳ ହେଉ ବୋଲି ସୁଦର୍ଶନ ପ୍ରଭୁ ରାମଙ୍କୁ ପ୍ରାର୍ଥନା କରିଛନ୍ତି। ଏହି ସୁନ୍ଦର ବାଲୁକା ଚିତ୍ରକଳାକୁ ଦେଖିବାକୁ ବେଳାଭୁମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ ଜମିଥିଲା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Well-known sand | Argus English