Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଙ୍ଗୋସାଗରରେରେ ସକ୍ରିୟ ରହିଛି ଗୁରୁଚାପ ବଳୟ

Odisha

ବଙ୍ଗୋସାଗରରେରେ ସକ୍ରିୟ ରହିଛି ଗୁରୁଚାପ ବଳୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଙ୍ଗୋସାଗରରେରେ ସକ୍ରିୟ ରହିଛି ଗୁରୁଚାପ ବଳୟ

ଅର୍ଗସ ବ୍ୟୁରୋ:  ଓଡ଼ିଶା ଉପକୂଳ ବଙ୍ଗୋସାଗରରେରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଯାହାର ପ୍ରଭାବରେ ସାରା ରାଜ୍ୟରେ ମେଘୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଲାଗି ରହିଛି । ଶୀତକୁ କୋହୋଲା ପାଗ ଲୋକଙ୍କୁ କରୁଛି କଲବଲ ।  ଆସନ୍ତାକାଲି ପର୍ଯ୍ୟନ୍ତ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କୋହୋଳା ପାଗ ସହ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋର୍ଦ୍ଧା , କଟକ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛଇ ।

ତେବେ ୨୬ ତାରିଖ ପରେ ପାଗରେ ଆସିବ ପରିବର୍ତ୍ତନ । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସହ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଥାଣ୍ଡା ଓ ଶୁସ୍କ ବାୟୁ ପ୍ରବେଶ କରିବା । ଯାହା ଫଳରେ ରାତି ତାପମାତ୍ରା ହ୍ରାସ ପାଇବ ଏବଂ ପୁଣି ଶୀତର ପ୍ରକୋପ ବଢ଼ିବ । ସେପଟେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ଘନ କୁହୁଡି ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବା ନେଇ ଆଶଙ୍କା ଥିବାରୁ ରାସ୍ତାରେ ସାବଧାନ ହୋଇ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather update in odisha | Argus English