|
logo
Live

Argus News - ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିବ

Odisha

ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିବ

Ritu Das
Browse all articles by Ritu Das
·2 years ago·1 min read
ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିବ

ଅର୍ଗସ ବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିଛି। କେତେକ ସ୍ଥାନରେ ଘନ କୁହୁଡି ଓ ଆଉ କେତ୍ୟେକ ସ୍ଥାନରେ ହାଲୁକା କୁହୁଡି ଦୃଶ୍ୟମାନ ହୋଇଛି। ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ପାଖାପାଖି ୧୦ ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ସର୍ବନିମ୍ନ ସୁନ୍ଦରଗଡର କିରେଇ ଠାରେ ୮.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେଭଳି ଭାବେ ପାହାଡିଆ ଅଞ୍ଚଳରେ କନ୍ଧମାଳର ଜି. ଉଦୟଗିରି ଠାରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯଇଅଛି। 

ଟୁଇନ ସିଟି କଟକ ଓ ଭୁବନେଶ୍ୱରରରେ ପାରଦ ୧୩.୫ ଡିଗ୍ରୀ ରହିଛି। କୋରାପୁଟ ଓ ଫୁଲବାଣୀରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି। ବର୍ତ୍ତମାନ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ। ଅର୍ଥାତ ବାୟୁ ଚଳାଚଳର କୌଣସି ନିର୍ଦ୍ଦିଷ୍ଟ ସମ୍ଭାବନା ନ ଥିବାରୁ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଆଗାମୀ ୩ ଦିନ ମଧ୍ୟରେ ଆଭ୍ୟନ୍ତରଣ ଓଡ଼ିଶାରେ ହାଲୁକରୁ ମାଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନ ରହୁଛି। ଭୁବନେଶ୍ୱରରେ ମଧ୍ୟ ୧୩ ଡିଗ୍ରୀ ପାଖାପାଖି ତାପମାତ୍ରା ରହିବାସହ ପାଗ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗତ ୨୪ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ପାଗ ଶୁଖିଲା ରହିବ | Argus English