୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ, ଗିରଫ ଭୟରେ ଜଙ୍ଗଲରେ କାଟୁଛନ୍ତି ରାତି

ଅର୍ଗସ ବ୍ୟୁରୋ : ୧୧ ଶହ ଆଦିବାସୀଙ୍କ ନାଁରେ ୱାରେଣ୍ଟ । ଗିରଫ ଭୟରେ ଜଙ୍ଗଲରେ ରାତି କାଟୁଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଚାଷୀମୂଲିଆ ଆଦିବାସୀ ସଙ୍ଘର ୧୧ ଶହରୁ ଅଧିକ ଆଦିବାସୀ କର୍ମକର୍ତ୍ତାଙ୍କ ନାମରେ ୱାରେଣ୍ଟ ବାହାରିଛି । ଚଳିତ ସପ୍ତାହ ଭିତରେ କିଛି ସଙ୍ଘର କର୍ମକର୍ତ୍ତାଙ୍କୁ ଗିରଫ କରାଯିବା ପରେ ଅନ୍ୟ କର୍ମକର୍ତ୍ତା ଏବେ ଭୟଭୀତ । କେତେବେଳେ ପୋଲିସ ରାତିରେ ଘରେ ପଶି ଉଠାଇ ନେବ, ସେ ଭୟରେ ରାତିରେ ଘରେ ନ ରହି ଜଙ୍ଗଲରେ ରାତି କାଟୁଛନ୍ତି ନିରୀହ ଆଦିବାସୀ । ଏନେଇ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଛି । କିଏ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛି, ତ କିଏ ଗାଁ ବାହାରେ ।
ସୂଚନା ଥାଉକି, ଏକଦା ଦୀର୍ଘ ଦୁଇ ଦଶନ୍ଧି ଧରି ନାରାୟଣପାଟଣା ବ୍ଲକରେ ଜମି, ମଦ, ଗୋତି ପ୍ରଥାକୁ ନେଇ ନାରାୟଣପାଟଣା ବ୍ଲକରେ ନବେ ଦଶକରେ ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଫଳରେ ମଦ ମୁକ୍ତି, ଜମି ମୁକ୍ତି, ଗତି ମୁକ୍ତିର ନାମ ରେ ଦଳର ସଭାପତି ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ସାମିଲ ହୋଇ ସଙ୍ଘରେ ଯୋଗ ଦେଇଥିଲେ । ଦୀର୍ଘ ଦଶ ବର୍ଷରେ ବହୁ ହିଂସା ଘଟଣାରେ ସଙ୍ଘ ସଦସ୍ୟ ସାମିଲ ହୋଇଥିଲେ । ଥାନା ଆକ୍ରମଣ ଘଟଣାରେ ସଂଘର ଦୁଇ ସଦସ୍ୟ ପୋଲିସ ଗୁଳିରେ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ଆତ୍ମସମର୍ପଣ ନିତୀ । ହଜାର ହଜାର ସଂଖ୍ୟାରେ ସଂଘର ସଦସ୍ୟ ପୋଲିସ ନିକଟରେ ଗିରଫ ଭୟରେ ଆତ୍ମସମର୍ପଣ କଲେ । ଏବଂ ମୁଖ୍ୟ ସ୍ରୋତରେ ସାମିଲ ହେଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଶେଷରେ ସଂଘର ସଭାପତି ନାଚିକା ଲିଙ୍ଗା ବି ୨୦୧୩ ରେ ଆତ୍ମସମର୍ପଣ କଲେ । ଆତ୍ମସମର୍ପଣ ପରେ ସଂଘର ଏକ ପ୍ରକାର ନିରବ ହୋଇଗଲା । କିନ୍ତୁ ୧୫୦୦ ରୁ ଅଧିକ ବିଭିନ୍ନ ଗ୍ରାମର ସଙ୍ଘ କର୍ମକର୍ତାଙ୍କ ନାମରେ ହତ୍ୟା, ଘରଭଙ୍ଗା, ଲୁଟ୍, ହିଂସା କାଣ୍ଡରେ ସାମିଲ୍ ଥିବା ମାମଲା କୋର୍ଟରେ ଚାଲୁରହିଲା । ଆଜି ବି ସେଥିମଧ୍ୟରୁ ୧୧୦୦ରୁ ଅଧିକ ଚାଷୀ ମୂଲିଆ ସଂଘର ସଦସ୍ୟ ବେଲରେ ବାହାରି ସାରିଛନ୍ତି । କିନ୍ତୁ କୋର୍ଟରେ ମାମଲ ଚାଲୁରହିଛି । କିଛି ଖଲାସ ହୋଇଛନ୍ତି ଓ ବହୁତ କିଛି ମାମଲା ବିଚାରଧୀନ । ତେବେ ହଠାତ ଚଳିତ ସପ୍ତାହରୁ ପୁଣି ଥାନାରେ କୋର୍ଟ ନିର୍ଦ୍ଦେଶରେ ଜାମିନ ବିହୀନ ୱାରେଣ୍ଟ ଆସିଥିବାରୁ ପୋଲିସ ହାତଗଣତି କିଛି ସଂଘର ସଦସ୍ୟଙ୍କୁ ଗିରଫ କରିବାକୁ ୱାରେଣ୍ଟ ହୋଇଛି ।