|
logo
Live

Argus News - ଘନ କୁହୁଡି ନେଇ ସତର୍କ : ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି

Odisha

ଘନ କୁହୁଡି ନେଇ ସତର୍କ : ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଘନ କୁହୁଡି ନେଇ ସତର୍କ   :  ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି

ଅର୍ଗସ ବ୍ୟୁରୋ : ରାଜ୍ୟରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୬ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ନେଇ ଆଲର୍ଟ ଜାରି । ଆଜି ସକାଳ ସାଢ଼େ ୮ଟା ଯାଏ ଘନ କୁହୁଡ଼ି ନେଇ ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି କରାଯାଇଛି । ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ସେହିପରି ୪ରୁ ୫ ତାରିଖ ମଧ୍ୟରେ ୧୫ ଜିଲ୍ଲା ଏବଂ ୫ରୁ ୬ ତାରିଖ ସାଢ଼େ ୮ଟା ଯାଏ ମଧ୍ୟରେ ୧୭ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟଲୋ ଆଲର୍ଟ ଜାରି କରାଯାଇଛି ।

ଅଧିକ ପଢନ୍ତୁ : ଉତ୍ତରଭାରତରେ ଜାରି ରହିଛି ଶୀତ ଲହରି: ଆସ୍ତନ୍ତା ୬ ତାରିଖ ଯାଏ ନୋଏଡାର ସବୁ ସ୍କୁଲ ବନ୍ଦ

କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହୁଥିବାରୁ ଦୁର୍ଘଟଣା ଘଟିବାର ମଧ୍ୟ ଆଶଙ୍କା ରହୁଛି । ସକାଳୁ ସକାଳୁ ଘରୁ ବାହାରିବା ମଧ୍ୟ ମୁସ୍କିଲ ହେଉଛି । ସେପଟେ ଆସନ୍ତା ୫ ଦିନ ଯାଏ ପାଗ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉପକୂଳବର୍ତ୍ତି ଅଞ୍ଚଳରେ ଶୀତ ସାମାନ୍ୟ କମିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଘନ କୁହୁଡି ନେଇ ସତର୍କ : ୧୬ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି | Argus English