|
logo
Live

Argus News - ମଞ୍ଚ ଚଢିଲେ ଖାଲି ବିଳିବିଳି ହେଉଛନ୍ତି, କଣ କହିବେ ଜାଣି ପାରୁ ନାହାନ୍ତି !

Odisha

ମଞ୍ଚ ଚଢିଲେ ଖାଲି ବିଳିବିଳି ହେଉଛନ୍ତି, କଣ କହିବେ ଜାଣି ପାରୁ ନାହାନ୍ତି !

Jitendra Dash
Browse all articles by Jitendra Dash
·2 years ago·2 min read
ମଞ୍ଚ ଚଢିଲେ ଖାଲି ବିଳିବିଳି ହେଉଛନ୍ତି, କଣ କହିବେ ଜାଣି ପାରୁ ନାହାନ୍ତି !

ଅର୍ଗସ ବ୍ୟୁରୋ : ବିକାଶର କଥା କହିବା ପାଇଁ ପାଟିରେ ବାଟୁଳି ବାଜୁନଥିବା ବିଜେଡି ନେତା ଭି.କେ ପାଣ୍ଡିଆନ ଭଦ୍ରକରେ ବିକାଶର କାମ ନକରାଇବା ପାଇଁ ରଚିଛନ୍ତି ବଡ଼ ଷଡଯନ୍ତ୍ର । ମୁଖ୍ୟମନ୍ତ୍ରୀଙ୍କ ଭାରି ଖାସ୍‌ ଭଦ୍ରକରେ ଆସି ଲୋକଙ୍କୁ ଯେଉଁ ଭ୍ରମିତ କଲା ଭଳି କଥା କହିଛନ୍ତି, ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ସେ ବିଚଳିତ ହୋଇପଡିଛନ୍ତି । 

ମୁଖ୍ୟମନ୍ତ୍ରୀ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି ବୋଲି ବିଜେଡିର ନୂଆ ମୁଖିଆ ହୋଇଥିବା ପାଣ୍ଡିଆନ କହି ହେଉଛନ୍ତି । କିନ୍ତୁ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ସେବା କରିଥିବାର କେବଳ ଘୋଷଣା କରନ୍ତି ଏବଂ ନିର୍ବାଚନ ଜିତିବା ପରେ ସେ ସବୁ ଭୁଲିଯାଆନ୍ତି । କାରଣ ସେହି ଅଞ୍ଚଳ ବୁଲିଗଲେ ଜଣାପଡ଼ିବ, କେତେ ଦାୟିତ୍ୱବାନ ଆମ ସରକାର । ପରବର୍ତ୍ତୀ ପର୍ଯ୍ୟାୟରେ ଦ୍ୱିତୀୟଥର ବିଜେପୁର ଦାୟିତ୍ୱ ନେବା ସହ ପାଟକୁରା, ତିର୍ତ୍ତୋଲ, ବାଲେଶ୍ୱର, ପିପିଲି, ବ୍ରଜରାଜନଗର ଓ ଝାରସୁଗୁଡାର ମଧ୍ୟ ଦାୟିତ୍ୱ ନେଇଥିବା ଘୋଷଣା କରିଥିଲେ । ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ବିକାଶର ଅପେକ୍ଷାରେ ଅଛନ୍ତି । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ଏତିକି ନୁହେଁ ବରଂ ଭଦ୍ରକ ମେଡିକାଲ କଲେଜ, ଭଦ୍ରକାଳୀଙ୍କ ମନ୍ଦିର ଓ ରକ୍ତତୀର୍ଥ ଇରମର ବିକାଶ, ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଡ଼ିଟୋରିୟମ ପରି ଦାବି ଏବେ ଯାଏଁ ପୂରଣ ହୋଇନି । ଆଉ ଏମିତି ସ୍ଥିତିରେ କେନ୍ଦ୍ରୀୟ ନେତାଙ୍କ ଅଯଥାରେ ଟାର୍ଗେଟ୍‌ କରୁଛନ୍ତି ପାଣ୍ଡିଆନ । ଗୁରୁତ୍ଵକପୂର୍ଣ୍ଣ କଥା ହେଲା, ୧୧ ଜୁଲାଇ ୨୦୧୮ରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀ ଓ ରକ୍ତତୀର୍ଥ ଇରମ ଭଳି ଐତିହାସିକ ସ୍ଥାନର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନଅଏଲ ୧୧ ଜୁଲାଇ ୨୦୧୮ ରେ ଏହି ସ୍ଥାନର ବିକାଶ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । 

ପରେ ଦାୟିତ୍ୱ ନ ନେବାରୁ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତୈଳ ମନ୍ତ୍ରଣାଳୟର ଅଧିକାରୀମାନେ ଅଗଷ୍ଟ ୪, ୨୦୧୮ ଏବଂ ସେପ୍ଟେମ୍ବର ୧୧, ୨୦୧୮ରେ ଜିଲ୍ଲାପାଳଙ୍କୁ ଯାଇ ଭେଟିଥିଲେ ଏବଂ ସବୁ ଅର୍ଥର ବ୍ୟବସ୍ଥା କରି ଉନ୍ନୟନମୂଳକ କାର୍ଯ୍ୟକୁ ଆଗକୁ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଆଜି ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କାରଣରୁ ଏହି କାମ ଅଟକି ରହିଛି । ଏହାସହ ଓଡ଼ିଶା କଲେଜ ଗୁଡିକରେ ଏବେ ନୂଆନୂଆ ଫେଶନ ଷ୍ଟାର୍ଟ ହୋଇଛି । କଲେଜରେ ମୁଖ୍ୟମନ୍ତ୍ରୀଙ୍କ ବଡବଡ ପୋଷ୍ଟର ମାରି ଯେଉଁଭଳି କାର୍ଯ୍ୟକ୍ରମ ହେଉଛି, ତାହା କଲେଜ କାର୍ଯ୍ୟକ୍ରମ ନୁହେଁ ବରଂ ଦଳୀୟ କାର୍ଯ୍ୟକ୍ରମ ଭଳି ଲାଗୁଛି । ଏଇଠି କେବଳ ବିକାଶ ଦ୍ଵାହି ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ପାଣ୍ଡିଆନ । ହେଲେ ଆଜିର ସମୟ ବଦଳିଛି, ସ୍ଥିତି ବି ବଦଳିଛି । ତେଣୁ ପାଣ୍ଡିଆନଙ୍କର ମିଛ ଆଉ କାମ ଦେବନି...

Sponsored
ମଞ୍ଚ ଚଢିଲେ ଖାଲି ବିଳିବିଳି ହେଉଛନ୍ତି, କଣ କହିବେ ଜାଣି ପାରୁ ନାହାନ୍ତି ! | Argus English