ପ୍ରଥମ ଓଡିଆ ପଟ୍ଟଚିତ୍ର ଶିଳ୍ପୀ ଭାବରେ ବିନୋଦ ମହାରଣା ପାଇଲେ ପଦ୍ମିଶ୍ରୀ ସମ୍ମାନ

ଭୁବନେଶ୍ୱର: ପ୍ରଥମ ଓଡିଆ ପଟ୍ଟଚିତ୍ର ଶିଳ୍ପୀ ଭାବରେ ବିନୋଦ ମହାରଣା ପାଇଛନ୍ତି ପଦ୍ମିଶ୍ରୀ ସ୍ନମାନ । ବୟସ ତାଙ୍କୁ 79 ବର୍ଷ । ଜନ୍ମସ୍ଥାନ ପୁରୀ ଟାଉନ । ମା-ବାପା ଙ୍କର ସେ ଥିଲେ ବଡ଼ ସନ୍ତାନ । ସୋଲ କାମ କରୁଥିଲେ ତାଙ୍କ ବାପା । 14 ବର୍ଷ ବୟସରେ ନିଜ ଅଜାଙ୍କ ଠାରୁ ଶିଖିଥିଲେ ପଟ୍ଟଚିତ୍ର କାମ ।
ବିଶ୍ବମ୍ବର ବିଦ୍ୟାପୀଠ ପୁରୀରେ ସେ ପାଠ ପଢୁଥିଲେ । ଘରର ଆର୍ଥିକ ପରିସ୍ଥିତି ପାଇଁ ଅଧାରୁ ପାଠ ପଢା ଛାଡି ଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଅଜା ସାଜିଥିଲେ ତାଙ୍କର ପ୍ରଥମ ଗୁରୁ । 14ବର୍ଷ ବୟସରୁ ସେ ପଟ୍ଟଚିତ୍ର କାରିଗର କାର୍ଯ୍ୟ ଆରମ୍ଭ କରିଥିଲେ ।
ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ, ବଞ୍ଚାଇବା ପାଇଁ ନିଆରା ପ୍ରୟାସ ଜାରି ରଖିଛନ୍ତି ପଦ୍ମଶ୍ରୀ ବିନୋଦ ମହାରଣା । ଯୁଗ ସହ ତାଳ ଦେଇ ଓଡ଼ିଆ ପର୍ବ ପର୍ବାଣୀ ସହ ବିଭିନ୍ନ ପୁରାଣ ଚିତ୍ର ଆଙ୍କିଛନ୍ତି । ସେ କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା କାହାଣୀ ହେଉ ଅବା ଗାଁ ରେ ସଖୀମାନଙ୍କ କାହାଣୀ ତାଙ୍କ ତୁଳିକୁ ଜୀବନ୍ତ କରିଦେଇଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...