|
logo
Live

Argus News - ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ

Odisha

ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ

Ritu Das
Browse all articles by Ritu Das
·2 years ago·1 min read
ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ଜିଲ୍ଲାରେ ଏବେ ବଢି ଚାଲିଛି ଜଙ୍ଗଲି ବନ୍ୟଜନ୍ତୁଙ୍କ ଆତଙ୍କ। ଘରୁ ପଶି ଟେକି ନେଉଛି କଲରାପତରିଆ। ଏପଟେ କୋକୁଆ ଭୟରେ ଗ୍ରାମବାସୀ , ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ପ୍ରଶାସନ କରିଛି ସଭା । ଲୋକଙ୍କୁ ଘାରିଛି ବାଘ ଭୟ , ଆଉ ବାଘ ଭୟରେ ଆତଙ୍କିତ ଅଛନ୍ତି ଗ୍ରାମବାସୀ, ଗାଁ ଦାଣ୍ଡ ଏବେ ଖାଁ ଖାଁ ଲାଗୁଥିବା ବେଳେ ତାଟି କବାଟ ଦେଇ ଭୟରେ ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି ଗ୍ରାମବାସୀ। ଏପରିକି ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଡୋରି ଲାଗିଛି। ଜରୁରୀ କାଳୀନ ସେବା ପାଇଁ ପଞ୍ଚାୟତକୁ ଗଲେ ଡରି ଡରି ଯିବାକୁ ପଡୁଛି ।ଏପଟେ ଗାଁ ରେ ଥିବା ବୃଦ୍ଧା ମାନଙ୍କ ଭତ୍ତା ଉଠାଇବା ମଧ୍ୟ କଷ୍ଟକର ହୋଇଯାଇଛି। 

ନୂଆପଡ଼ା ଜିଲ୍ଲାରେ ଗତ ସାତ ଦିନ ମଧ୍ୟରେ ଦୁଇ ଜଣ ମଣିଷକୁ ଶିକାର କରିଥିବା ବେଳେ ଗୋଟିଏ ଆଠ ବର୍ଷର ବାଳକକୁ ଘରୁ ଟେକି ନେଇଥିଲା ବାଘ। ସେହିପରି ଗୁହାଳକୁ ପଶି ଗାଈକୁ ମଧ୍ୟ ଶିକାର କରିଛି ବାଘ। ଏପଟେ ଲୋକଙ୍କୁ ସଚେତନ କରିବା ପାଇଁ ଧରମବନ୍ଧା ସରପଞ୍ଚ ଭୁନେଶ୍ଵରି ଦଣ୍ଡସେନାଙ୍କ ନେତୃତ୍ୱରେ ଚାଲିଛି ସଭା। ଆଉ ଏହି ସଭାରେ ନୂଆପଡ଼ା ବିଡ଼ିଓ, ବନ୍ୟଜନ୍ତୁ ଅଧିକାରୀ, ତହସିଲଦାର ସମେତ ଗ୍ରାମର ଶତାଧିକ ଲୋକ ସାମିଲ ଅଛନ୍ତି ।ଯଥାଶୀଘ୍ର ଏହି ଅଞ୍ଚଳରେ ବିଦ୍ୟୁତ , ପାନୀୟଜଳ, ଶୌଚାଳୟ, ଏବଂ ବାଘର ଗତିବିଧିକୁ ଦେଖିବା ପାଇଁ ସିସିଟିଭି ଲଗା ଲଗାଯିବ ବୋଲି ସୂଚନା ଦେଇଛନ୍ତି ନୂଆପଡ଼ା ବନ୍ୟଜନ୍ତୁ ଏସିଏଫ ଅଜୟ ଖେସ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ | Argus English