Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦୨୦ ମସିହା ଆଜିର ଦିନରେ ଇତିହାସ ରଚିଥିଲା ସ୍ବାଭିମାନ ଅଞ୍ଚଳ 

Odisha

୨୦୨୦ ମସିହା ଆଜିର ଦିନରେ ଇତିହାସ ରଚିଥିଲା ସ୍ବାଭିମାନ ଅଞ୍ଚଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
୨୦୨୦ ମସିହା ଆଜିର ଦିନରେ ଇତିହାସ ରଚିଥିଲା ସ୍ବାଭିମାନ ଅଞ୍ଚଳ 

ମାଲକାନଗିରି:  ବିଜୟ ଦିବସ ପାଳିଲେ ସ୍ବାଭିମାନ ଅଞ୍ଚଳବାସୀ । ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ଆଜି ପାଳନ ହେଉଛି ବିଜୟ ଦିବସ । ୨୦୨୦ ମସିହା ଆଜିର ଦିନରେ ଇତିହାସ ରଚିଥିଲା ସ୍ବାଭିମାନ ଅଞ୍ଚଳ । ଲାଲ ଆତଙ୍କରୁ ମୁକ୍ତି ପାଇଁ ଅଣ୍ଟା ଭିଡିଥିଲେ ଆଦିବାସୀ ମହିଳା । ଆଉ ଏହି ମହିଳା ମାନେ ଯୋଡ଼ାମ୍ବ ପଞ୍ଚାୟତର ଜନ୍ତୁରାଇ ଆସିଥିବା ମାଓବାଦୀଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ ।

 ଯାହା ଫଳରେ ଜଣେ ହାର୍ଡକୋର ମାଓବାଦୀ ଆଡ଼ମାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ମାୱାଦୀ ଜିପ୍ରୋ ଗୁରୁତର ଆହତ ହୋଇଥିଲା । ପରେ BSF ପକ୍ଷରୁ ଗାଁ ଲୋକଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ସ୍ବାଭିମାନୀ ମହିଳାଙ୍କ ପାଇଁ ମାଓ ମୁକ୍ତ ହୋଇଥିଲା ସ୍ବାଭିମାନ ଅଞ୍ଚଳ । ଇତିହାସରେ ପ୍ରଥମ ଥର ପାଇଁ ମହିଳା ମାନେ ସାହସ ଦେଖାଇ ନିଜ ଅଞ୍ଚଳକୁ ମାଓ ମୁକ୍ତ କରିଥିଲେ । ପରେ ଗୋଟିଏ ପରେ ଗୋଟିଏ ଗଡ଼କୁ BSF ବାହିନୀ ଅକ୍ତିଆର କରିଥିବାବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସ୍ବାଭିମାନ ଅଞ୍ଚଳ ମାଓ ମୁକ୍ତ ହୋଇସାରିଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
In the present day of 2020, Swaviman region was in history | Argus English