Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୭୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ

Odisha

୭୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ

Jitendra Dash
Browse all articles by Jitendra Dash
·2 years ago·1 min read
୭୬ ବର୍ଷ ବୟସରେ ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ପରଲୋକ

ଅର୍ଗସ ବ୍ୟୁରୋ : ଆରପାରିରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା । ୭୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସ ଭବନରେ ତାଙ୍କର ଏହି ପରଲୋକ ଘଟିଛି । ସେ ଗତ ୨ ମାସ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ତାଙ୍କର ଓପନ ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା । ତେବେ ଆଜି ତାଙ୍କର ପରଲୋକ ଘଟିଥିବା ବେଳେ ସାମ୍ବାଦିକତା ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇଛି । 

ସେ ଜଣେ ନିର୍ଭିକ ସାମ୍ବାଦିକ ଭାବରେ ବେଶ୍ ପରିଚିତ ଥିଲେ । କଟକ ସମେତ ସେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗ୍ରଣୀ ଖବରକାଗଜର ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ସେ ଜଣେ ସାମ୍ବାଦିକ ହେବା ସହିତ ଜଣେ ସୁବକ୍ତା ଓ ଲେଖକ ଭାବରେ ବେଶ ଜଣାଶୁଣା ଥିଲେ । ସେ ଅନେକ ପୁସ୍ତକର ରଚୟିତା ମଧ୍ୟ ଥିଲେ । ଆଜି ତାଙ୍କ ବିୟୋଗରେ ସମଗ୍ର ସାମ୍ବାଦିକତା, ସାହିତ୍ୟିକ ତଥା ବୁଦ୍ଧିଜୀବୀ ମାହୋଲରେ ଶୋକର ଛାୟା ଖେଳିଯାଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ପରଲୋକ ଖବର ପାଇ ବହୁ ରାଜନେତା, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ , ସାହିତ୍ୟକ ପ୍ରମୁଖ ତାଙ୍କ ବାସ ଭବନ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସତୀ ଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି । 

Sponsored
Veteran Journalist Arun Kumar Panda is no more | Argus English