Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୃଷି, ବିଜ୍ଞାନ, ପ୍ରତିରକ୍ଷା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ

Odisha

କୃଷି, ବିଜ୍ଞାନ, ପ୍ରତିରକ୍ଷା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ

Ritu Das
Browse all articles by Ritu Das
·2 years ago·4 min read
କୃଷି, ବିଜ୍ଞାନ, ପ୍ରତିରକ୍ଷା କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ

ଅର୍ଗସ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ । ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି । ଅଟଳଜୀ କେବଳ ବିଜେପିର ନେତା ନଥିଲେ, ସେ ପୂରା ଦେଶର ନେତା ଥିଲେ । ସ୍ୱର୍ଗତଃ ଅଟଳଜୀ ଏକାଧାରରେ ଜଣେ କବି, ରାଜନେତା, ଦାର୍ଶନିକ, ଶିକ୍ଷକ, ସାମ୍ବାଦିକ, ଶ୍ରେଷ୍ଠ ବୈଦଶିକ ମନ୍ତ୍ରୀ, ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ, ଜଣେ ବିଚକ୍ଷଣ କୁଟନୀତିଜ୍ଞ, ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, କୁଶଳୀ ସଙ୍ଗଠକ ଥିଲେ । ୧୯୨୪ ଡିସେମ୍ବର ୨୫ ତାରିଖରେ ଏହି ରାଷ୍ଟ୍ରପୁରୁଷ ଜନ୍ମଗ୍ରହଣ କରିଥିଲେ । କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ପ୍ରଧାନମନ୍ତ୍ରୀତ୍ୱ କାଳରେ ଅଟଳଜୀ ଦେଶରେ ସୁଶାସନ ବ୍ୟବସ୍ଥା କରିଥିଲେ । ସେଥିଲାଗି ପ୍ରତିବର୍ଷ ସାରା ଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ପଣ୍ଡିତ ଦୀନଦୟାଲଜୀଙ୍କ ମହାନ ବିଚାର ‘ଅନ୍ତ୍ୟୋଦୟ’କୁ ଅଟଳଜୀ ପ୍ରଥମେ କାର୍ଯ୍ୟକାରୀ କରିଥିଲେ ଏବଂ ବର୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି  ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ସୁଶାସନ କ’ଣ? ତାର ଦୃଷ୍ଟାନ୍ତ ଓ ଉଦାହରଣ ଇତ୍ୟାଦି ସ୍ୱର୍ଗତ ଅଟଳଜୀଙ୍କ ଶାସନ କାଳ ସମୟରେ ଦେଖିବାକୁ ମିଳିଥିଲା । ଭାରତର ଅନ୍ଧକାର ଭିତରେ ଆଲୋକ ଆଣିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ । ବୈଦେଶିକ ବ୍ୟାପର ବିଭାଗରେ ଅଟଳଜୀଙ୍କ ପାରଦର୍ଶିତା ଥିଲା । ସ୍ୱର୍ଗତଃ ଅଟଜୀ ପାକିସ୍ତାନକୁ ଏକ ଘରିଆ କରିବା ସହ ସମସ୍ତ ଦେଶକୁ ଏକଜୁଟ କରିବା କୂଟନୀତିଜ୍ଞ ଥିଲେ । ଦେଶରେ ତୃଷ୍ଟିକରଣ ହେବ ନାହିଁ ସମସ୍ତଙ୍କୁ ନ୍ୟାୟ ଦିଆଯିବ ଆହ୍ୱାନକୁ ନେଇ କାର୍ଯ୍ୟ କରୁଥିଲେ ଅଟଳଜୀ । ସରକାରକୁ ଆସିବା ପରେ ଅଟଳଜୀ ୧୩୫ନଂ ଦେଶକୁ ୬ନଂ ରାଷ୍ଟ୍ରରେ ପରିଣତ କରିଥିଲେ । ପରମାଣୁ ପରୀକ୍ଷଣ କରି ଭାରତର ଅସ୍ମିତା, ଗୌରବ ଏବଂ ଶକ୍ତି କାର୍ଯ୍ୟ କରିଥିଲେ । କାମଚଳା ପ୍ରଧାନମନ୍ତ୍ରୀ ଥିଲାବେଳେ “କାରଗିଲ” ଯୁଦ୍ଧରେ ଯଶସ୍ୱୀ ହୋଇଥିଲେ । ପାକିସ୍ତାନକୁ ପରାସ୍ତ କରିଥିଲେ । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ଶରୀରକୁ ଘରେ ପହଂଚାଇବାର ସୁବ୍ୟବସ୍ଥା ସହ ରାଷ୍ଟ୍ରୀୟ ସମ୍ମାନର ବ୍ୟବସ୍ଥା ଓ ପରମ୍ପରା ସୃଷ୍ଟି କରିଥିଲେ । 

୧୯୯୯ ମସିହା ମହାବାତ୍ୟା ପରେ ଓଡିଶାକୁ ପୁଣି ଥରେ ଗଢି ତୋଳିବା ପାଇଁ ସ୍ୱର୍ଗତଃ ବାଜପେୟୀଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ପରବର୍ତ୍ତୀ ସମୟରେ ପାରାଦୀପ ରିଫାଇନାରୀ, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମାଚଂଳର ଚେହେରା ବଦଳାଇବାରେ ସ୍ୱର୍ଗତ ବାଜପେୟୀଙ୍କ ବହୁତ ବଡ ଭୂମିକା ଥିଲା । ଓଡିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାବାସୀଙ୍କ ଦୁର୍ଦ୍ଦୀନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ । ସ୍ୱର୍ଗତଃ ବାଜପେୟୀ ରାଷ୍ଟ୍ରୀୟ ରାଜମାର୍ଗ ବିକାଶ (ସ୍ୱର୍ଣ୍ଣ ଚତୁର୍ଭୁଜ) ଯୋଜନାରେ ଦେଶରେ ସବୁଠୁ ଅଧିକ ପ୍ରାଧାନ୍ୟ ଓଡ଼ିଶାକୁ ଦେଇଥିଲେ । ଓଡିଶାକୁ ଅଧିକ ଗୁରୁତ୍ୱ ଦେଇ ୧୬ ଶହ  କିମି ବିଶିଷ୍ଟ ରାଜମାର୍ଗକୁ ଦୁଇ ଗୁଣ କରି ୩୨ ଶହ କିମିରେ ପହଞ୍ଚାଇଥିଲେ । ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଞ୍ଚାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ ।

ସ୍ୱର୍ଗତ ଅଟଳଜୀ ପ୍ରତ୍ୟେକ ଗାଁରେ ବିଦ୍ୟୁତ କରଣର ସ୍ୱପ୍ନ ଦେଖିଥିଲେ ଯାହାକୁ ମୋଦିଜୀ କାର୍ଯ୍ୟକାରୀ କରାଇଛନ୍ତି । ସେହିପରି ଅନାହାରରେ ଭାରତର ଲୋକେ ମୃତ୍ୟୁବରଣ ନକରିବା ପାଇଁ ୬୨ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଭଣ୍ଡାର କରିଥିଲେ ଅଟଳଜୀ । ଏବେ ୫୨ଟି ଦେଶକୁ ଭାରତ ମରୁଡି ସମୟରେ ଖାଦ୍ୟ ଯୋଗାଇ ପାରିବ । ସରପଂଚମାନଙ୍କ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ ଅଟଳଜୀ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବାର ସ୍ୱପ୍ନ ଦେଖିଥିଲେ । ଦରଦାମ୍‌କୁ ନିୟମନ୍ତ୍ର କରିବାରେ ସଫଳ ହୋଇଥିଲେ । ଅବଦୁଲ୍ କାଲାମଙ୍କୁ ଦେଶର ରାଷ୍ଟ୍ରପତି କରାଇବାରେ ସ୍ୱର୍ଗତଃ ଅଟଳଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସେହିପରି ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ପରିବର୍ତନ କରାଇଥିଲେ ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେଶର ଅଗ୍ରଣୀ ସ୍ୱାସ୍ଥ୍ୟସେବା ଯୋଗାଉଥିବା ମେଡିକାଲ କଲେଜ ମଧ୍ୟରୁ ଅନ୍ୟତମ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ କଲେଜର ପ୍ରତିଷ୍ଠା ତାଙ୍କ ପାଇଁ ସମ୍ଭବ ହୋଇପାରିଛି । ଓଡିଶା ସମେତ ପଡୋଶୀ ରାଜ୍ୟବାସୀ ମଧ୍ୟ ଏମ୍ସ ମେଡିକାଲ୍ ଦ୍ୱାରା ଉପକୃତ ହେଉଛନ୍ତି । ରାଜ୍ୟସଭା ନିର୍ବାଚନରେ ଟ୍ରାନ୍ସଫରେନ୍ସି ଆଣିଥିଲେ । ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ । କାଶ୍ମୀର ନିର୍ବାଚନକୁ ନିଷ୍ଠାର ସହ କରାଇଥିଲେ । ନୂତନ ରାଜ୍ୟ ଗଠନ କରିଛନ୍ତି । ବିଶିଷ୍ଟ ରାଜନୈତିଜ୍ଞ, ପ୍ରବାଦ ପୁରୁଷ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକ ମହାନ ବ୍ୟକ୍ତିତ୍ୱ ଏବଂ କୋଟି କୋଟି କାର୍ଯ୍ୟକର୍ତାଙ୍କ ପ୍ରେରଣାର ସ୍ରୋତ ଥିଲେ । ସ୍ୱର୍ଗତ ଅଟଳଜୀଙ୍କ ଆଦର୍ଶରେ ଆମେ ସମସ୍ତେ ଅନୁପ୍ରାଣିତ । ତାଙ୍କ ଦିଗଦର୍ଶନରେ ବିଜେପି କାର୍ଯ୍ୟ କରୁଛି ବୋଲି ଶ୍ରୀ ସାମଲ କହିଛନ୍ତି ।

୧୯୯୯ ବାତ୍ୟା ପରେ ଅଟଳଜୀ କହିଥିଲେ ଓଡ଼ିଶା ପୁନଃ ନିର୍ମାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ। ୧୯୯୧ ଭଦ୍ରକରେ ହୋଇଥିବା ଅଂଚଳକୁ ପରିଦର୍ଶନ କରିଥିଲେ। ସାରା ଦେଶରେ ନଦୀ ସଂଯୋଗୀକରଣ କାର୍ଯ୍ୟ କରିଥିଲେ । ୧ଲକ୍ଷ ୫ହଜାର କୋଟିରେ ଓଡ଼ିଶାର ନଦୀ ସଂଯୋଗୀକରଣ କରିଥିଲେ । “ଜୟ ଜବାନ ଜୟ କିଷାନ”ର ନାରା ଦେଉଥିଲେ । ପୋଲିସ ଷ୍ଟେସନରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ । ଆଦିବାସୀ ମନ୍ତ୍ରଳାୟର ଆରମ୍ଭ କରିଥିଲେ । ଆତଙ୍କବାଦ ବିରୋଧରେ ମଧ୍ୟ ସଂଗ୍ରାମ କରିଥିଲେ ଅଟଳଜୀ । ଅଟଳଜୀ ସଂକଳ୍ପରୁ ସୁଶାସନ ନ୍ୟାୟରେ କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ସଜ୍ଜନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
Vajpayee's | Argus English