ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି

ଅର୍ଗସ ବ୍ୟୁରୋ: ନୂଆବର୍ଷରେ ବାଲେଶ୍ଵରବାସୀଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ଭେଟି। ଗଡ଼ିଲା ବାଲେଶ୍ବର-ଗୋପୀନାଥପୁର ନୀଳଗିରି ମେମୁ ଟ୍ରେନ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସବୁଜ ପତାକା ଦେଖାଇ କରି ଟ୍ରେନର ଶୁଭାରମ୍ଭ କରିଛନ୍ତି । ନୀଳଗିରି ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା। ବହୁ ପ୍ରତିକ୍ଷୀତ ବାଲେଶ୍ବର-ଗୋପୀନାଥପୁର ନୀଳଗିରି ପାସେଞ୍ଜର ଲାଇନ ଲୋକାର୍ପିତ କରାଯାଇଛି । ଗୋପୀନାଥପୁର ନୀଳଗିରି ଏବଂ ବାଲେଶ୍ବର ଲୋକମାନେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇଛନ୍ତି ।
ଏହି ଟ୍ରେନରେ ୮ଟି ବଗି ରହିଛି। ସମୁଦାୟ ୧୬ କିଲୋମିଟର ଏହି ମେମୁ ଟ୍ରେନ ଚଳାଚଳ କରିବ । ଟ୍ରେନ ଟିକେଟ ଦାମ୍ ୧୦ ଟଙ୍କା ରଖାଯାଇଛି। ଏହି ଟ୍ରେନରେ ମହିଳା ପାଇଁ ସ୍ଵତନ୍ତ୍ର ବଗିର ବ୍ୟବସ୍ଥା ରହିଛି। ସେହିପରି ଦିବ୍ୟାଙ୍ଗଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ୩ ଯୋଡ଼ି ମେମୁ ଟ୍ରେନ୍ ପ୍ରତିଦିନ ଏହି ମାର୍ଗରେ ଚଳାଚଳ କରିବ। ଏହି ଅବସରରେ କେନ୍ଦ୍ର ରେଳ ମନ୍ତ୍ରୀ କହିଛନ୍ତି, ଦେଢ଼ ବର୍ଷ ତଳେ ନୀଳଗିରିରେ ଟ୍ରେନ ଚଳାଚଳ ନେଇ ଯୋଜନା ହୋଇଥିଲା । ମୋଦିଜୀଙ୍କୁ ନୀଳଗିରିର ଇତିହାସ କହି ରେଳ ଚଳାଚଳ କଥା କହିଥିଲି ।
ଏହାସହ କେନ୍ଦ୍ରମନ୍ତ୍ରୀ ଘୋଷଣା କରିଛନ୍ତି, ଖନ୍ତାପଡ଼ାରେ ହେବ ରେଳ ଓଭର ବ୍ରିଜ । ଖୁବଶୀଘ୍ର ନୀଳଗିରିରୁ ବେତନଟୀ ରେଳ ଲାଇନର ସର୍ଭେ ଆରମ୍ଭ ହେବ । ଜଳେଶ୍ବରରୁ ଚନ୍ଦନେଶ୍ବର ରେଳ ଲାଇନ ନେଇ ଡିପିଆର ଆରମ୍ଭ ହୋଇସାରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: