Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୭ ଦିନ ଜୀବନ ଯୁଦ୍ଧ ପରେ ଜିତିଲେ ତପନ ମଣ୍ଡଳ

Odisha

୧୭ ଦିନ ଜୀବନ ଯୁଦ୍ଧ ପରେ ଜିତିଲେ ତପନ ମଣ୍ଡଳ

Jitendra Dash
Browse all articles by Jitendra Dash
·2 years ago·2 min read
୧୭ ଦିନ ଜୀବନ ଯୁଦ୍ଧ ପରେ ଜିତିଲେ ତପନ ମଣ୍ଡଳ

ଅର୍ଗସ ବ୍ୟୁରୋ : ଜିତିଲା ଜୀବନ । ସଫଳ ହେଲା ସମସ୍ତଙ୍କ ଉଦ୍ୟମ । ସମସ୍ତ ଟିମର ଅକ୍ଲାନ୍ତ ପରିଶ୍ରମ ପରେ ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଦୀର୍ଘ ୧୭ଦିନ ପରେ ସୁରକ୍ଷିତ ଭାବେ ଟନେଲ ଭିତରୁ ଉଦ୍ଧାର ହେଲେ ଶ୍ରମିକ । ଆଉ ବାହାରକୁ ବାହାରିବା ପରେ ଆଜି ସୂର୍ଯ୍ୟାଲୋକ ଦେଖିଲେ ୪୧ଜଣ ଶ୍ରମିକ । ଉଦ୍ଧାର ହେବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । 

ଅଧିକ ପଢନ୍ତୁ : ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ଚାଳିଶ ଚେନ ଗ୍ରାମର ତପନ ମଣ୍ଡଳଙ୍କ ପରିବାର । ପୁଅ ସୁରକ୍ଷିତ ଉଦ୍ଧାର ହେବା ପରେ ଏବେ ତପନର ଘର ଆଗରେ ଲାଗିଛି ଗାଁ ଲୋକଙ୍କ ଭିଡ଼ । ଦୀର୍ଘ ୧୭ଦିନ ଧରି ପୂଜାର୍ଚ୍ଚନା ପରେ ଡାକ ଶୁଣିଲେ ଭଗବାନ । ସୁରକ୍ଷିତ ଉଧାର ହେଲେ ସମସ୍ତେ । କେବଳ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ ନୁହେଁ ସମସ୍ତ ୪୧ ଜଣ । ଏହି ଖୁସିର ମୁହୂର୍ତ୍ତରେ ବିଜେପିର ଏକ ଟିମ ପହଞ୍ଚି ଥିଲା ତପନଙ୍କ ପରିବାରଙ୍କ ପାଖରେ। ପରିବାର ଲୋକଙ୍କୁ ମିଠା ଖୁଆଇ ଖୁସି ମନାଇଥିଲା ବିଜେପି ଟିମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଗତ ୧୨ ତାରିଖରେ ଟନେଲ ଭିତରେ ରାତି ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ହଠାତ ଘଟିଥିଲା ଅଘଟଣ । ୪୧ଜଣ ଶ୍ରମିକ ସେହି ଟନେଲ ଭିତରେ ଫସି ରହିଥିଲେ ।  ଚାଳିଶ ଚେନ ଗ୍ରାମର ତପନ ମଧ୍ୟ ସେହି ଭିତରେ ଫସି ରହିଥିଲେ ।  ତପନ ନିଜ ବଡ଼ ଭାଇଙ୍କ ସହ ୬ମାସ ପୂର୍ବରୁ ଉତ୍ତର କାଶୀ ବୁଲିବାକୁ ଯାଇଥିଲା । ପରେ ଭାଇର ପରାମର୍ଶରେ ଟନେଲରେ ହେଲ୍ପର ଭାବେ ନିଯୁକ୍ତି ପାଇ କାମ କରୁଥିଲେ । ହେଲେ କିଏ ଜାଣିଥିଲା ଟନେଲ ଭିତରେ ଏମିତି ବିପଦ ଚାହିଁ ରହିଥିବ । କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଟନେଲ ଭିତରୁ ସୁରକ୍ଷିତ ଉଧାର ହେବା ପରେ ଏବେ କେତେବେଳେ ତପନ ଘରକୁ ଫେରିବ ଅପେକ୍ଷାରେ ପୁରା ପରିବାର ।
 

Sponsored
uttarakhand tunnel case | Argus English