Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା, ମିଳୁନି ଉତ୍ତମ ସ୍ୱାସ୍ଥ୍ୟ

Odisha

ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା, ମିଳୁନି ଉତ୍ତମ ସ୍ୱାସ୍ଥ୍ୟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା, ମିଳୁନି ଉତ୍ତମ ସ୍ୱାସ୍ଥ୍ୟ

ଅର୍ଗସ ବ୍ୟୁରୋ: କେନ୍ଦୁଝର ଜିଲ୍ଲା ବାଂଶପାଳରେ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ମାମଲା। ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଅଭାବରୁ ମାତ୍ର କିଛି ମାସ ଭିତରେ 11 ଆଦିବାସୀଙ୍କ ଅସ୍ୱାଭାବିକ ମୃତ୍ୟୁ ମାମଲାରେ ତୁନି ସାଧିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଫଳରେ ମାମଲାରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଛନ୍ତି NHRC। ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ। ପୂ୍ର୍ବରୁ ଏହି ମାମଲାରେ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏନଏଚଆରସି। ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଗଲା କେହି ଜାଣିଲେନି।

ଜୁଆଙ୍କ ଆଦିବାସୀଙ୍କ ଏ ଯନ୍ତ୍ରଣା ସମ୍ବନ୍ଧରେ ବାରମ୍ବାର ଖବର ପରିବେଷଣ କରିଆସିଛି ଅର୍ଗସ୍। ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଛି। କିଭଳି ଅପହଞ୍ଚ ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ କେନ୍ଦୁଝର ବାଂଶପାଳ ବ୍ଲକ ଜନ୍ତାରି ଗାଁରେ ମାତ୍ର କିଛି ମାସ ଭିତରେ 11 ଜଣ ଜୁଆଙ୍ଗ ଆଦିବାସୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଛଅ ବର୍ଷର ଶିଶୁ ମଧ୍ୟ ଅଛନ୍ତି । ଗାଁରେ ବିଶୁଦ୍ଧ ପାନୀୟ ଜଳର ଅଭାବରୁ ଅଧିକାଂଶ ସମୟରେ ରୋଗାକ୍ରାନ୍ତ ହେଉଛନ୍ତି ଏମାନେ। ସେପଟେ ଗାଁରେ କାହାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସାମିଲ କରାଯାଇନଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ଗାଁଠାରୁ 15 କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଥିବା ବେଳେ 40 କିଲୋମିଟର ଦୂରରେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଥିବାରୁ ଲୋକେ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବାକୁ ବଞ୍ଚିତ ହେଉଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Unnatural death of 11 tribals due to lack of good health facilities! | Argus English