|
logo
Live

Argus News - କଟକ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ

Odisha

କଟକ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
କଟକ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ

ଅର୍ଗସ ବ୍ୟୁରୋ: କଟକ ରେଳଷ୍ଟେସନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳଷ୍ଟେସନ ପରିସରରେ ଥିବା ମାଣିଆ ବନ୍ଧ ଶାଢୀ ଷ୍ଟଲ ବୁଲି ଦେଖିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରେଳଷ୍ଟେସନ ପରିସରରେ ଖୋଲାଯାଇଥିବା ଏକ  ଷ୍ଟେସନ ଏକ ଉତ୍ପାଦ ଷ୍ଟଲ ଗତ ଶୁକ୍ରବାର ଖୋଲାଯାଇଥିଲା। ସପ୍ତାହେ ପୂର୍ବେ  ମନ୍ତ୍ରୀ ମାଣିଆ ବନ୍ଧ ଗସ୍ତ ସମୟରେ ବୁଣାକାର ମାନେ କଟକ ଷ୍ଟେସନରେ ଏକ ଷ୍ଟଲ ପାଇଁ ସ୍ଥାନ ଦେବାକୁ ନିବେଦନ କରିଥିଲେ। ତେବେ ଦେଶ ସାରା ଏଭଳି ସ୍ଥାନୀୟ ପ୍ରମୁଖ ଉତ୍ପାଦ ଗୁଡିକ ବିଭିନ୍ନ ଷ୍ଟେସନରେ ବିକ୍ରି କରାଯାଉଛି। 

ତେବେ କଟକ ଜିଲ୍ଲା ମାଣିଆ ବନ୍ଧ ଶାଢୀର ଏକ ସ୍ଵତନ୍ତ୍ରତା ରହିଛି ଏବଂ ଏହା ଷ୍ଟେସନ ରେ ବିକ୍ରି ହେବା ଫଳରେ କେବଳ ଆମ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକ ମାଣିଆ ବନ୍ଧ ଶାଢୀ କିଣିବା ସହ ଏହା ର ସ୍ବତନ୍ତ୍ରତା ବିଷୟରେ ଜାଣିପାରିବେ। ତେବେ ମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ମାଣିଆବନ୍ଧର ବୁଣାକାର ମାନେ  ଖୁସି ପ୍ରକାଶ କରିଛନ୍ତି। ଅନ୍ୟପଟେ ମ।ଣିଆବନ୍ଧ ଯେଉଁଠି ମିଳେ ସେ ସ୍ଥାନକୁ ଯାଇପାରୁନଥିବା ଗ୍ରାହକ ମାନେ ଷ୍ଟେସନରେ ଭିଡ଼ ଜମାଉଛନ୍ତି। ଏହାଛଡା କଟକ ରେଳ ଷ୍ଟେସନର ଚାଲୁଥିବା ନବିକରଣ କାର୍ଯ୍ୟକୁ ମଧ୍ୟ ବୁଲି ଦେଖିଛନ୍ତି ରେଳମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
କଟକ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ | Argus English