ବାବା ଧବଳେଶ୍ବରଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ: ଓଡିଶାର ପ୍ରସିଦ୍ଧ ଶୈବପୀଠ ଆଠଗଡର ଆରାଧ୍ୟ ମହାପ୍ରଭୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ସହିତ ବାବାଙ୍କ ନିକଟରେ ପୂଜାର୍ଚ୍ଚନା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଧବଳେଶ୍ଵର ପୀଠକୁ ପର୍ଯ୍ୟଟନସ୍ଥଳୀରେ ବିକାଶମୂଳକ କାର୍ଯ୍ୟ ହେବା ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଛନ୍ତି।
ବାବା ଧବଳେଶ୍ୱରଙ୍କ ଦର୍ଶନ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିକ୍ରିୟା ଦେଇଛନ୍ତି। ଆଜି ବାବା ଧବଲେଶ୍ୱରଙ୍କ ଦର୍ଶନ ଭଲରେ ହେଲା ସେଥିପାଇଁ ମୁଁ ଭାଗ୍ୟବାନ। ମୁଁ ସମସ୍ତ ପୁରୋହିତ ଏବଂ ଅନ୍ୟମାନଙ୍କ ସହ ଅଞ୍ଚଳର ବିକାଶ ବିଷୟରେ ଆଲୋଚନା କଲି। କଟକରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଷୟରେ ପଚରାଯିବାରୁ ସେ କହିଛନ୍ତି, ନା, ସେପରି କିଛି ନାହିଁ। ମୁଁ କେବଳ ଦଳର କର୍ମୀ। ଦଳ ମୋତେ ଯାହା ଦାୟିତ୍ୱ ଦେବ , ମୁଁ ତାହା କରିବି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: