|
logo
Live

Argus News - ‘ଆୟୁଷ ଦିଶା’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆୟୁଷ ମନ୍ତ୍ରୀ

Odisha

‘ଆୟୁଷ ଦିଶା’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆୟୁଷ ମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·2 min read
‘ଆୟୁଷ ଦିଶା’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆୟୁଷ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ‘ଆୟୁଷ ଦିଶା’ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆୟୁଷ ମନ୍ତ୍ରୀ । ଓଡ଼ିଶା ଗସ୍ତ ଅବସରରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଆୟୁର୍ବେଦ ଅନୁସନ୍ଧାନ ପରିଷଦର ମାନବ ସମ୍ବଳ ବିକାଶ କେନ୍ଦ୍ର ‘ଆୟୁଷ ଦୀକ୍ଷା’ର ଶିଳାନ୍ୟାସ ସମାରୋହ ଆଜି ଭୁବନେଶ୍ୱର ଭରତପୁର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଭାରତ ସରକାରଙ୍କ ଆୟୁଷ ଓ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । 

ଏହି ଅବସରରେ ସିସିଆରଏଏସ୍ ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ପ୍ରଫେସର ବୈଦ୍ୟ ରବିନାରାୟଣ ଆଚାର୍ଯ୍ୟ, ଭୁବନେଶ୍ୱରସ୍ଥିତ ସିଏଆରଇ ନିର୍ଦ୍ଦେଶକ ଡାକ୍ତର ଏମ.ଏମ. ରାଓଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ୩୦ କୋଟି ଟଙ୍କାର ବଜେଟ୍ ମଞ୍ଜୁରି ସହିତ ‘ଆୟୁଷ ଦୀକ୍ଷା’ ପ୍ରକଳ୍ପ ଅତ୍ୟାଧୁନିକ ସୁବିଧାକୁ ପ୍ରୋତ୍ସାହିତ କରିବ, ଯେଉଁଥିରେ ୩୦ରୁ ୪୦ ଜଣ ଜଣ ପ୍ରଶିକ୍ଷାର୍ଥୀଙ୍କ ବସିବା ସ୍ଥାନ ଥିବା ନେଇ ଦୁଇଟି ସଭାଗୃହ, ପ୍ରଶିକ୍ଷାର୍ଥୀ ରହିବା ପାଇଁ ସଂଯୁକ୍ତ ବାଥରୁମ୍ ସହିତ ୪୦ଟି କେନ୍ଦ୍ରୀୟ ବାତାନୁକୂଳିତ କୋଠରୀ, ଭିଆଇପି ଏବଂ ଭିଭିଆଇପି ସୁଟ୍, ଏକ ପ୍ରାକୃତିକ ପୁସ୍ତକାଳୟ ଏବଂ ଆଲୋଚନା କକ୍ଷ ପାଇଁ ସମର୍ପିତ କ୍ଷେତ୍ର, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ମଡ୍ୟୁଲାର ପେଣ୍ଟ୍ରି, ଡାଇନିଂ ଲାଉଞ୍ଜ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ରହିଛି ।

ଏହି ଅନୁଷ୍ଠାନ ସାଧାରଣତଃ ଆୟୁଷ ଏବଂ ବିଶେଷ କରି ଆୟୁର୍ବେଦର ସମସ୍ତ ଅଂଶୀଦାରଙ୍କୁ ଜାତୀୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦାନ କରିବ । ଏହା ଦ୍ୱାରା ଅନ୍ୟ ଜାତୀୟ ଅନୁଷ୍ଠାନ ଗୁଡ଼ିକ ସହିତ ଦକ୍ଷତା ବିକାଶ, ଆୟୁର୍ବେଦରେ ମାନବ ସମ୍ବଳକୁ ସୁଦୃଢ଼ କରିବା, ଗବେଷଣା ଓ ବିକାଶକୁ ସୁଗମ କରିବା, ଉଚ୍ଚମାନର ଗୁଣବତ୍ତା ବଜାୟ ରଖିବା ଏବଂ ରାଜସ୍ୱ ସୃଷ୍ଟି ସହିତ ଆତ୍ମନିର୍ଭରଶୀଳତା ହାସଲ କରିବାରେ ସହାୟକ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ), ଭୁବନେଶ୍ୱର ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ସ୍ୱୟଂଶାସିତ ସଂସ୍ଥା କେନ୍ଦ୍ରୀୟ ଆୟୁର୍ବେଦିକ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ଅଧୀନରେ ଏକ ୟୁନିଟ୍ ରୂପରେ କାର୍ଯ୍ୟ କରିଥାଏ । ଆୟୁର୍ବେଦ କ୍ଷେତ୍ରରେ ବିଜ୍ଞାନଭିତ୍ତିକ ଗବେଷଣାକୁ ପ୍ରୋତ୍ସାହିତ କରିବା ଏବଂ ଆଗକୁ ବଢ଼ାଇବା ଦିଗରେ ଆୟୁଷ ଦୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବ । 


 

Sponsored
‘ଆୟୁଷ ଦିଶା’ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆୟୁଷ ମନ୍ତ୍ରୀ | Argus English