Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶାଣିତ ଆକ୍ରମଣ

Odisha

ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶାଣିତ ଆକ୍ରମଣ

Jitendra Dash
Browse all articles by Jitendra Dash
·2 years ago·2 min read
ଶିକ୍ଷକ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶାଣିତ ଆକ୍ରମଣ

ଅର୍ଗସ ବ୍ୟୁରୋ : କନିଷ୍ଠ ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ୍ । ୨୪ ଜାନୁଆରୀ ପର୍ଯ୍ୟନ୍ତ ପରବର୍ତ୍ତୀ ଶୁଣାଣି ନହେବା ଯାଏ ଚୁଡାନ୍ତ ନିଯୁକ୍ତି ଦେଇପାରିବେନି ରାଜ୍ୟ ସରକାର । ତେବେ ୨୦ ଏବଂ ୨୧ ତାରିଖରେ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିବ । ସେପଟେ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଶାଣିତ ଆକ୍ରମଣ । ଧର୍ମେନ୍ଦ୍ର କହିଛନ୍ତି, ୨୦ ହଜାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ଓଡ଼ିଆ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଉଥିବା ମାହାଲ୍‌ ମାଣ୍ଡାଙ୍କୁ ଜବାବ ଦିଅନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଗୋଟିଏ ପଟେ ନିଯୁକ୍ତିରେ ହେରଫେର୍ ଅଭିଯୋଗ, ଅନ୍ୟପଟେ ପ୍ରଶ୍ନପତ୍ରକୁ ନେଇ ପୁଣି ଦେଖା ଦେଇଛି କେଁ । ଦୁଇଟି ସେଟରେ ପ୍ରଶ୍ନ ସମାନ ଅଛି କିନ୍ତୁ ଉତ୍ତର ଭିନ୍ନ ଭିନ୍ନ । ଏହା ସମ୍ଭବ କେମିତି ? ଏହାପୂର୍ବରୁ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ନା ମାହୋଲ ମାଣ୍ଡା ଏବଂ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ବଦଳରେ ପକ୍ଷୀର ଫଟୋ ଲାଗିବା ଘଟଣା ଆଶାୟୀ ଶିକ୍ଷକଙ୍କୁ ଆଶ୍ଚର୍ଯ୍ୟ କରିଛି । ବଡ ହେରଫେର୍ ଅଭିଯୋଗ ଆଣିବା ସହ ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ଶହ ଶହ ଆଶାୟୀ ଶିକ୍ଷକ । ସେମାନଙ୍କ ପ୍ରଶ୍ନ, କଟ ଅଫ୍ ତାଲିକା ପ୍ରକାଶ ନକରି କିପରି ମେରିଟ୍ ଲିଷ୍ଟ ପ୍ରକାଶ କରାଗଲା  ? ସରକାର ନିଜେ ଏହି ମେରିଟ୍ ଲିଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପରୀକ୍ଷା ପରେ ଓସେପା ବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଜାନୁଆରୀ ୧୫,୨୦୨୪ ରେ ପ୍ରକାଶ ପାଇଥିବା ମେଧା ତାଲିକାକୁ ନେଇ ତେଜୁଛି ବିବାଦ । ଆଶାୟୀଙ୍କ ଅଭିଯୋଗ, ମୂଳ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ତାଲିକାକୁ ଉଲଂଘନ କରିଛନ୍ତି ରାଜ୍ୟ ସରକାର। ଏହାପୂର୍ବରୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ପ୍ରଶ୍ନପତ୍ର ମଧ୍ୟ ଲିକ୍ ଅଭିଯୋଗ ହୋଇଥିଲା। କିଛି ମାସ ତଳେ ପଶ୍ଚିମବଙ୍ଗର ତତ୍କାଳୀନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା ଇଡି । ଶହ ଶହ କୋଟି ଟଙ୍କା ଜବତ ବି ହୋଇଥିଲା। ଏବେ ପ୍ରଶ୍ନ, ପଶ୍ଚିମବଙ୍ଗ ଭଳି ଦୁର୍ନୀତି ପଛରେ ଅଛନ୍ତି କି ବଡବଡିଆ ?  
 

Sponsored
Union Minister Dharmendra's sharp attack on teacher recruitment scam | Argus English