Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଢେଙ୍କାନାଳର ‘ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

Odisha

ଢେଙ୍କାନାଳର ‘ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·1 min read
ଢେଙ୍କାନାଳର ‘ଜୟଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଉଦଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

Key Points

•    ଫୁଟବଲ୍ ମୋର ପ୍ରିୟ ଖେଳ, ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର 
•    ଏହି ଟୁର୍ଣ୍ଣାମେଣ୍ଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ
•    ପିଲାଦିନର ଶିକ୍ଷକ ମାନଙ୍କୁ ଭେଟି ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ 
 

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାର ସାଇଁବିରି ଠାରେ ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ର ଫାଇନାଲ ପ୍ରତିଯୋଗିତାରେ ସାମିଲ ହୋଇ ଗ୍ରାମାଞ୍ଚଳରେ ଖେଳର ପରମ୍ପରା ଆଗକୁ ନେବା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ଶ୍ରୀ ପ୍ରଧାନ କହିଛନ୍ତି ଫୁଟବଲ୍ ମୋର ପ୍ରିୟ ଖେଳ । ସବୁ ଖେଳ ମଧ୍ୟରୁ ଏହା ସ୍ୱତନ୍ତ୍ର । ଏହି ଖେଳକୁ ସ୍ଥାନୀୟ ଅଞ୍ଚଳରେ ଲୋକପ୍ରିୟ କରାଉଥିବାରୁ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ । ‘ଜୟଦୁର୍ଗା ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ ଅନୁଗୋଳ ଓ ଢେଙ୍କାନାଳ ସମେତ ଭାଗ ନେଇଥିବା ସମସ୍ତ ଦଳର ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଟୁର୍ଣ୍ଣାମେଣ୍ଟ ବହୁ ସ୍ଥାନୀୟ ପ୍ରତିଭାଙ୍କ ପାଇଁ ଏକ ସୁଯୋଗ ଆଣିଦେବ । ଗ୍ରାମାଞ୍ଚଳରେ ଉତ୍ତମ ଭିତ୍ତିଭୂମି ସହ ଖେଳକୁ ପ୍ରୋତ୍ସାହନ ଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ ମତ ରଖିଥିଲେ । 

ବିଜେପିର ବିଜୟ ପରେ ମୋଦୀଙ୍କର ଜନତାଙ୍କୁ ବାର୍ତ୍ତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଶ୍ରୀ ପ୍ରଧାନ ତାଙ୍କ ପିଲାଦିନର ପ୍ରତ୍ୟକ୍ଷ ଶିକ୍ଷକ ମହାରଣା ସାର୍, ବିଜୟ ସାର୍ ଓ ନୃସିଂହ ସାରଙ୍କୁ ଭେଟି ଖୁସି ପ୍ରକାଶ କରିଥିଲେ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 


 

Sponsored
Union Minister at the | Argus English