Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋଭ ସମ୍ଭାଳି ପାରୁନି ପୋଲିସ, ମଉକା ଦେଖି କଲା ଚୋରି

Odisha

ଲୋଭ ସମ୍ଭାଳି ପାରୁନି ପୋଲିସ, ମଉକା ଦେଖି କଲା ଚୋରି

Jitendra Dash
Browse all articles by Jitendra Dash
·2 years ago·2 min read
ଲୋଭ ସମ୍ଭାଳି ପାରୁନି ପୋଲିସ, ମଉକା ଦେଖି କଲା ଚୋରି

ଅର୍ଗସ ବ୍ୟୁରୋ : ଲୋଭ ସମ୍ଭାଳି ପାରିଲେନି । ମଉକା ଦେଖି ମାରିଲେ ଛକା । ଇନ୍‌ଫର୍ମରେ ଥାଇ ମଧ୍ୟ ଚୋରି କରିଲେ ପୋଲିସ ବାବୁ । ତାହା ପୁଣି ଗ୍ରାଇଣ୍ଡର, ଗ୍ୟାସ୍ ଚୁଲା, ଇଣ୍ଡକ୍ସନ, ଇଲେକ୍ଟ୍ରି ବଲ୍‌ବ, ମୋବାଇଲ ଚାର୍ଜର, ବ୍ଲୁଟୁଥ୍ ଭଳି ସାମଗ୍ରୀ । ଯାହା ସମସ୍ତ ଦୃଶ୍ୟ ସିସିଟିଭିରେ ହେଲା କଏଦ । ଗୁରୁବାର ବାଲିପାଟଣାରେ ଥିବା ୩ଟି ବେଆଇନ କରତକଳ ଉପରେ ଖୋର୍ଦ୍ଧା ବନଖଣ୍ଡ, ଭିଜିଲାନ୍ସ ଏବଂ ପୋଲିସର ମିଳିତ ଚଢାଉ ବେଳର ଦୃଶ୍ୟ । ପୋଲିସ ବାବୁଙ୍କ ଏଭଳି କଳା କାରନାମା ସାମ୍ନାକୁ ଆସିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଗତ କାଲି କୁଳନ୍ତିରା ସ୍ଥିତ କରତକଳ ଉପରେ ହୋଇଥିଲା ଚଢାଉ । ଚଢାଉ ସମୟରେ ୨ ଜଣ ପୋଲିସ ବାବୁ ଏବଂ ଅନ୍ୟ ଜଣେ କରତକଳ ପରିସରରେ ଥିବା ଘର ମଧ୍ୟରୁ ଚୋରି କରିଥିଲେ । ଘରର ସମସ୍ତ ଆସବାବପତ୍ର ଖୋଜାଖୋଜି କରିନେଇ ଯାଇଛନ୍ତି । ଗ୍ରାଇଣ୍ଡର, ଗ୍ୟାସ ଚୁଲା, ଇଣ୍ଡକ୍ସନ, ଇଲେକ୍ଟ୍ରି ବଲ୍‌ବ, ମୋବାଇଲ ଚାର୍ଜର, ବ୍ଲୁଟୁଥ୍ ପ୍ରଭୃତି ଅନେକ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ଏହି ପୋଲିସ ବାବୁମାନେ । 

ତେବେ ବାବୁଙ୍କର ସିସିଟିଭିରେ ଉପରେ ନଜର ପଡ଼ିବା ପରେ ସିସିଟିଭିକୁ ବନ୍ଦ କରି କଲେ ଚୋରି । ହେଲେ ସେ ସମୟର ସମସ୍ତ ଦୃଶ୍ୟ କିନ୍ତୁ ସିସିଟିଭିରେ କଏଦ ହୋଇଛି । ଚୋରା କରତକଳ ଉପରେ ଚଢାଉ କରିବା ପାଇଁ ଆସି ପୋଲିସ କର୍ମଚାରୀ ଚୋରି କରିବା ଘଟଣା ବେଶ ଚର୍ଚ୍ଚା ହେଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସେପଟେ ବାଲିପାଟଣା ଛକରେ ଥିବା ବେଆଇନ୍ କରତକଳ ଉପରେ ଚଢାଉ ସମୟରେ ଏସିଏଫ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ସାମ୍ବାଦିକଙ୍କୁ ମଧ୍ୟ ଖରାପ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି । ଏସିଏଫ୍ ପୋଲିସ ଲଗାଇ ସାମ୍ବାଦିକମାନଙ୍କୁ ବାହାର କରିଦେବାକୁ ଚେଷ୍ଟା ମଧ୍ୟ କରିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛୁ ।

Sponsored
Unable to control the greed, the police saw the opportunity and stole | Argus English